ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଲକ୍ଷ୍ନୌ

ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ ।

0

ଭୁବନେଶ୍ୱର : ଆଜି ଆଇପିଏଲର ସପ୍ତମ ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ । ଏହି ଦୁଇଦଳ ଚଳିତ ସିଜିନରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲେ । ଏଣୁ ଏହି ଦୁଇଦଳର ଏହି ମ୍ୟାଚକୁକ ନେଇ କଡ୍ଡା ଟକ୍କର ଦେଖାଦେବ ।

 

ପ୍ରଥମ ମ୍ୟାଚ ଗୁଜରାଟ ଲାୟନ୍ସ ବିପକ୍ଷରେ ଖେଳି ଲକ୍ଷ୍ନୌ ପରାଜିତ ହୋଇଥିଲା । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ତାର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ପରାଜିତ ହୋଇଥିଲା । ଏହି ମ୍ୟାଚରେ ସୁପରକିଙ୍ଗସର ପ୍ରାରମ୍ଭିକ ବ୍ୟାଟରମାନେ ବିଫଳ ହୋଇଥିଲେ ।

 

ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବେ ।