ଆଜିଠାରୁ ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ । ୫୧ଦିନ ଧରି ଚାଲିବାକୁ ଥିବା କ୍ରିକେଟ ଯୁଦ୍ଧରେ ଦେଶୀ ଓ ବିଦେଶୀ କ୍ରିକେଟ ତାରକାଙ୍କ ଯାଦୁ ଦେଖିବାକୁ ମିଳିବ। ଉଦଘାଟନୀ ମ୍ୟାଚରୁ ହିଁ ଜୋରଦାର ଲଢେଇ ଦେଖିବାକୁ ମିଳିବ। ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ମୁହାଁମୁହିଁ ହେବେ। ପ୍ରଥମ ମୁକାବିଲାକୁ ନେଇ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ ପୂରା ପ୍ରସ୍ତୁ ହୋଇସାରିଛନ୍ତି । ଉଭୟ ଟିମ ଶକ୍ତିଶାଳୀ । ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।

ଆଜି ରାତି ୮ଟାରୁ ଆଇପିଏଲ-୧୨ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା ହେବ । ବେଙ୍ଗାଲୁରୁ ବିପକ୍ଷରେ ଚେନ୍ନାଇ ୧୫ଟି ମ୍ୟାଚ ଜିତିଛି ଏବଂ ୭ଟି ମ୍ୟାଚ ହାରିଛି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ନଥିଲା ।

ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ବେଶ ସନ୍ତୁଳିତ ଦଳ। ସେନ ୱାଟସନ, ଡୁ ପ୍ଲେସିସଙ୍କ ଭଳି ବିଦେଶୀ ଖେଳାଳି ରହିଥିବା ବେଳେ ଦଳରେ ଅନେକ ଦକ୍ଷ ଅଲରାଉଣ୍ଡର ରହିଛନ୍ତି। ସେହିପରି ବ୍ୟାଟିଂ ବିଭାଗରେ ବେଶ ଶକ୍ତିଶାଳୀ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ଦଳରେ ଏବି ଡିଭିଲିୟର୍ସ, ସିମରନ ହେଟମେୟର, ମାର୍କସ ଷ୍ଟେଇନ୍ସଙ୍କ ଭଳି ବିଦେଶୀ ରହିଥିବା ବେଳେ ଅଧିକାଂଶ ବ୍ୟାଟିଂ ଅଲରାଉଣ୍ଡର ରହିଛନ୍ତି।