ଅଣ୍ଡା ଓ ଟମାଟୋ ମାଡ଼ କରି ଛାତ୍ର କଂଗ୍ରେସର ବିକ୍ଷୋଭ
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ ।
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମିର ଦାସଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ । ବାସଭବନକୁ ଧସେଇ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି । ଛାତ୍ର କଂଗ୍ରେସର କିଛି କର୍ମକର୍ତ୍ତାଙ୍କୁ ଉଠାଇନେଲା ପୋଲିସ । ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ନିପେକ୍ଷ ତଦନ୍ତ ଦାବିରେ ଗର୍ଜିଲା ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ରଞ୍ଜାନ ଦାସଙ୍କ ସମ୍ପୃକ୍ତି ରହିଛି । ମନ୍ତ୍ରୀଙ୍କ କୁଶପୁତ୍ତିଳିକା ଦାହ ସହ ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।
ଧର୍ମେନ୍ଦ୍ରଙ୍କ ଅଡିଓ ରେକଡିଂକୁ ନେଇ ବଢିଛି ଅଡୁଆ । ଧର୍ମେନ୍ଦ୍ର କଥା ହୋଇଥିବା ପ୍ରତ୍ୟେକ ଲୋକଙ୍କୁ ପଚରାଉଚରା କରିବ ପୋଲିସ । 15 ରୁ 18 ଜଣଙ୍କ ସହ ଧର୍ମେନ୍ଦ୍ର କଥା ହୋଇଥିବାର ଅଡିଓ ଭାଇରାଲ ହେଉଛି । ଖୁବଶୀଘ୍ର ଗୋପ ତଦନ୍ତ ପାଇଁ ଯିବ ପୋଲିସର ସ୍ପେଶାଲ ଟିମ୍ । ଭାଇରାଲ ଅଡିଓର ଯାଞ୍ଚ କରାଯାଉଥିବା ସୂଚନା ଦେଲେ ଅତିରିକ୍ତ ଡିସିପି । ତେବେ ଅଡିଓରେ କିଛି ଲୋକଙ୍କ ନାଁ ନେଇଥିଲେ। ତାଙ୍କର ମୃତ୍ୟୁ ହେଲେ ସେମାନେ ଦାୟୀ ରହିବେ ବୋଲି ବି କହିଥିଲେ । ଧର୍ମେନ୍ଦ୍ର ନେଇଥିବା ନାଁରେ ଥିଲା ସମୀର ଦାସଙ୍କ ନାଁ ।