ବେଙ୍ଗାଲୁରୁରେ ପ୍ରବାସୀଙ୍କ ଛେନାପୋଡ଼ ଦିବସ

0

ବେଙ୍ଗାଲୁରୁ : ବେଙ୍ଗାଲୁରୁ ପିନିଆ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଉତ୍କଳ ସମାଜ ଫାଉଣ୍ଡେସନ ବେଙ୍ଗାଲୁରୁ, ଓଡ଼ିଟି ଟ୍ରଷ୍ଟ ,ବେଙ୍ଗାଲୁରୁ ଓଡ଼ିଆ ସମାଜ ଏବଂ ଭୁବନେଶ୍ଵରର ପ୍ରମୁଖ ମିଠା ବ୍ରାଣ୍ଡ ଛପନଭୋଗର ବେଙ୍ଗାଲୁରୁ ଶାଖାର ମିଳିତ ଉଦ୍ୟମରେ ପ୍ରବାସରେ ପାଳନ ହୋଇଛିଏହି ଦିବସ । ଏହି ଅବସରରେ ଓଡ଼ିଆ ସୁସ୍ୱାଦୁ ମିଠା ଛେନାପୋଡ଼ ସମସ୍ତଙ୍କର ପ୍ରିୟ ହୋଇପାରିଛି ବୋଲି ମତ ରଖିଥିଲେ ପ୍ରବସୀ ।

ଛେନାପୋଡ଼ର ଉଦ୍ଭାବକ ନୟାଗଡ଼ ଦଶପଲ୍ଲାର ସ୍ବର୍ଗତ ବିଦ୍ୟାଧର ସାହୁ ଓ ତାଙ୍କ ପୁଅ ସ୍ବର୍ଗତ ସୁଦର୍ଶନ ସାହୁଙ୍କ ମିଠା ପ୍ରସ୍ତୁତି ଉଦ୍ୟମ କୁ ମନେ ପକାଇଥିଲେ ପ୍ରବାସୀ ଓଡ଼ିଆମାନେ । ସାହୁ ପରିବାର ପାଇଁ ଛେନାପୋଡ଼ ଆଜି ସାରା ବିଶ୍ୱରେ ଆଦୃତ ହୋଇ ପାରିଛି । ତେବେ ରସଗୋଲା ଦିବସ ପରି ଛେନାପୋଡ଼ ଦିବସ ପାଳନ ଦ୍ୱାରା ଓଡ଼ିଆ ଖାଦ୍ୟସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।

ବେଙ୍ଗାଲୁରୁ ଉତ୍କଳ ସମାଜ ଫାଉଣ୍ଡେସନ ସଭାପତି ଦତ୍ତହରି ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ତାପସ ରାଜ ମହାରଣା, ଡକ୍ତର ଅନିତା ସାବତ, ଅନ୍ତର୍ଜାତୀୟ ଲିଟିଲ ସୁନ୍ଦରୀ ବିଜେତା ଦିବ୍ୟଶ୍ରୀ ବେହେରା ଓ ବେଙ୍ଗାଲୁରୁ ଓଡ଼ିଆ ସମାଜ ପକ୍ଷରୁ ପ୍ରମୋଦ ଜି ଯୋଗଦେଇ ଛେନାପୋଡ଼ କାଟି ଥୁଲେ । ଛପନ ଭୋଗ ପକ୍ଷରୁ ଉପସ୍ଥିତ ପ୍ରବାସୀ ଓଡ଼ିଆଙ୍କ ପାଇଁ ଛେନାପୋଡ଼ ଓ ଓଡ଼ିଆ ମିଠା ବଣ୍ଟନ କରାଯାଇଥିଲା ।