ଛେଣ୍ଡିପଦା ମଣ୍ଡଳ ବିଜେପି ପକ୍ଷରୁ କାର୍ୟ୍ୟକାରିଣୀ ବୈଠକ

0

( ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଛେଣ୍ଡିପଦା ବିଜେପି ପକ୍ଷରୁ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଗୋପବନ୍ଧୁ ଗଡନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଗଠନ କୁ ତୃଣମୂଳ ସ୍ତରରୁ ମଜବୁତ୍ କରିବା ସହିତ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଜନତାଙ୍କୁ ଅଵଗତ କରିବା ପାଇଁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ବର୍ଷାର ଅଭାବ ଯୋଗୁଁ ଚାଷୀମାନେ ଚାଷକାମ କରିପାରିନାହାନ୍ତି। ଏଥିପ୍ରତି ରାଜ୍ୟସରକାର ଛେଣ୍ଡିପଦା ଅଞ୍ଚଳକୁ ମରୁଡି ଘୋଷଣା ନକରନ୍ତି ଚାଷୀଙ୍କ ହକ୍ ପାଇଁ ଆଗାମୀଦିନରେ ଭାରତୀୟ ଜନତା ପାର୍ଟି ବିକ୍ଷୋଭ/ ଆନ୍ଦୋଳନ କରିବ ବୋଲି ବୈଠକରେ ନୀତିଗତ ନିଷ୍ପତ୍ତି ନେଇଥିଲେ । ଉତ୍ତର ପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଓ କୋଭିଡ ରେ ପ୍ରାଣ ହରାଇଥିବା ନେଇ ଦଳ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରିଥିଲେ। କାର୍ତ୍ତିକା ବେହେରା, ଚନ୍ଦ୍ରମଣି ନାୟକ ପ୍ରମୁଖ ଛେଣ୍ଡିପଦା ବିଜେପି କାର୍ୟ୍ୟକର୍ତ୍ତା ନିକଟରେ ସ୍ଥାନୀୟ ବସନ୍ତପୁର ଗ୍ରାମପଞ୍ଚାୟତର ତ୍ରିଲୋଚନ ସ୍ବାଇଁଙ୍କ ଅକାଳ ବିୟୋଗରେ ଶୋକ କରିବା ସହିତ ତାଙ୍କର ଅମରଆତ୍ମା ର ସଦଗତି କାମନା ପୂର୍ବକ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଆଗାମୀ ଦିନରେ ସଂଗଠନ କୁ ମଜବୁତ୍ କରିବା ନିମନ୍ତେ କୁନା ବେହେରାଙ୍କୁ ଛେଣ୍ଡିପଦା ମଣ୍ଡଳର ଯୁବମୋର୍ଚ୍ଚା ସଭାପତି, ବୀଣାପାଣି ସାହୁଙ୍କୁ ମହିଳା ମୋର୍ଚ୍ଚା ସଭାପତି ଓ ଦୀପକ ନାଏକଙ୍କୁ ଏସ.ସି. ମୋର୍ଚ୍ଚା ସଭାପତି ଘୋଷଣା କରାଗଲା। ଏହି ବୈଠକରେ ମଣ୍ଡଳ ପ୍ରଭାରୀ ଉମେଶ ଚନ୍ଦ୍ର ପ୍ରଧାନ, ସାଂସଦଙ୍କ ବ୍ଲକ ପ୍ରତିନିଧି ଯଶବନ୍ତ ପ୍ରସାଦ ବେହେରା, ଆଇଟି ସେଲ୍ କୋଡ଼ିନେଟର ଅକ୍ଷୟପାଦ ବେହେରା, ଜିଲ୍ଲା ଏସ.ଟି. ମୋର୍ଚ୍ଚା ସଭାପତି ଦଣ୍ତଧର ଦେହୁରୀ କିଶାନ୍ ମୋର୍ଚ୍ଚା ସଭାପତି ସୁଜିତ୍ ଗଡନାୟକ, ଓବିସି ମୋର୍ଚ୍ଚା ସଭାପତି ରବୀନ୍ଦ୍ର ବେହେରା, ମାଇନୋରିଟି ମୋର୍ଚ୍ଚା ସଭାପତି ଇମାଲ ଖାନ୍, କୋଷାଧ୍ୟକ୍ଷ ସୁଜିତ୍ କୁମାର ପ୍ରଧାନ, ଯୁବନେତା ଦୀପକ କୁମାର ପ୍ରଧାନ, ପ୍ରଦୀପ କୁମାର ବେହେରା, ରୋହିତ୍ ଶତପଥୀ, ଧରଣୀଧର ସାହୁ, ଲିପୁ ସାହୁ, ଦୀନବନ୍ଧୁ ବେହେରା, ବିକାଶ ପ୍ରଧାନ, ବସନ୍ତ ନାୟକ, ବରିଷ୍ଠ ନେତା ବଳରାମ ନାୟକ ପ୍ରମୁଖ ସାମିଲ ହୋଇଥିଲେ।