ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ

0

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭୁବନେଶ୍ୱର RWSS ସର୍କଲ ଅଫିସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା । ଖାରବେଳନଗରରେ ଥିବା ଶ୍ରୀରାମ ମାନସନ୍‌ ୨୦୧ ନମ୍ବର ଫ୍ଲାଟରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, ସମ୍ବଲପୁର, ଖୋର୍ଦ୍ଧା ଓ ବରଗଡ଼ରେ ରେଡ୍‌ ଚାଲିଛି । ଚଢାଉରେ ସାମିଲ ହୋଇଛନ୍ତି ୫ ଜଣ ଡିଏସ୍‌ପି, ୧୨ ଇନ୍ସପେକ୍ଟର, ଜଣେ ସବ୍‌ ଇନିସପେକ୍ଟର, ୧୧ ଜଣ ଏସ୍‌ଆଇ ।

ସମ୍ବଲପୁର ମୋଦିପଡ଼ାରେ ଥିବା ୩ ମହଲା ବିଶିଷ୍ଟ ପୈତୃକ ଘର, ବରଗଡ଼ ରୋହିନିୟାରେ ଥିବା ପୈତୃକ ଘର, ଭୁବନେଶ୍ୱର ଅଫିସ ଚାମ୍ବର, ଖାରବେଳନଗରରେ ଥିବା ସମ୍ପର୍କୀୟଙ୍କ ଘର ଓ ଖୋର୍ଦ୍ଧା ସାନପଲ୍ଲା ଗାନ୍ଧୀନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ । ରେଡରେ ୫ ଡିଏସପି, ୧୨ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ୧୧ ଏଏସଆଇ ସାମିଲ ଅଛନ୍ତି ।ସେହିପରି ଭୁବନେଶ୍ୱର ସ୍ଥିତ ଆରଡବ୍ଲୁଏସ୍‌ଏସ୍‌ ଅଫିସରେ ରେଡ୍‌ ହୋଇଛି ।