ପଦ୍ମପୁର:ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇ ସାରିଛି ଭୋଟ ଗ୍ରହଣ ।ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ମତଦାନ କରି ନିଜ ପ୍ରିୟ ନେତାଙ୍କୁ ବାଛୁଛନ୍ତି ପଦ୍ମପୁରବାସୀ ।ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ପଦମପୁର ଉପନିର୍ବାଚନରେ ଭୋଟ ଦେବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।ନିଜ ଟ୍ୱିଟ ମାଧ୍ୟମରେ ଅପିଲ କରି ଲେଖିଛନ୍ତି ମତଦାନ ଆପଣଙ୍କର ମୌଳିକ ଅଧିକାର | ଆପଣଙ୍କ ପ୍ରତିଟି ଭୋଟ ଗଣ୍ତନ୍ତ୍ରକୁ ମଜବୁତ କରିବାରେ ଆହୁରି ସହାୟକ ହେବ | ଜଣେ ସଚେତନ ନାଗରିକା ଭାବେ ପଦ୍ମପୁର ନିର୍ବାଚନରେ ନିଜ ମତ ଦେବା ପାଇଁ ବିପୁଳ ସଂଖ୍ୟାରେ ମତଦାନ ପାଇଁ ସମଷ୍ଟିଙ୍କୁ ଉସଃଚଇତ କରନ୍ତୁ | ସେପଟେ ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।