ଭୁବନେଶ୍ୱର:ଆଜି ସୁପର ସ୍ପେସିଆଲିଟି ହସ୍ପିଟାଲ ଓ କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଚିକିତ୍ସା କ୍ଷେତ୍ରରେ କିମ୍ସର ଅଭିନବ ପ୍ରୟାସ ଦେଖିବାକୁ ମିଳିଛି ।ସାଧାରଣ ଲୋକଙ୍କୁ ସୁବିଧାରେ ମିଳିପାରିବ ସମସ୍ତ ସେବା ।କେବଳ ସେତିକି ନୁହେଁ ସମସ୍ତ ପାଠ୍ୟକ୍ରମରେ ସିଟ ସଂଖ୍ୟା ବୃଦ୍ଧି ପାଇବା ସହ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମସ୍ତ ସୁବିଧା ମିଳିବ ।୨୦୧୩ ମସିହାରେ ୧୩୦୦ଶର୍ଯ୍ୟା ବିଶିଷ୍ଟ ପିବିଏମଏଚର ଶୁଭ ଉଦଘାଟନ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା ।
ତେବେ ଏହାର ବୃଦ୍ଧି ହୋଇଛି ।ପ୍ରଥମଥର ଲାଗି ସମଗ୍ର ଭାରତବର୍ଷରେ ସାଧାରଣ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଥାଇ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏତେ ସଂଖ୍ୟକ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଖୋଲିବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ। କିମ୍ସ ଏକ ଘରୋଇ ମେଡିକାଲ କଲେଜ ଭାବେ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ଏହା ଅଧିନରେ ପରିଚାଳିତ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍ ହସ୍ପିଟାଲ୍ (ପିବିଏମ୍ଏଚ୍) ସମଗ୍ର ପୂର୍ବ ଭାରତରେ ବେଶ୍ ଖ୍ୟାତି ଅର୍ଜନ କରିପାରିଛି।
ଉତ୍ତମ ଅତ୍ୟାଧୁନିକ ଚିକିତ୍ସା ସେବା ପାଇବାକୁ ରୋଗୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ। କିମ୍ସ ସୁପରସ୍ପେସିଆଲିଟି ହସ୍ପିଟାଲରେ ୧୨ଟି ସୁପରସ୍ପେସିଆଲିଟି ବିଭାଗ ରହିଛି। ସେହିପରି କର୍କଟ ରୋଗର ସମସ୍ତ ସୁପରସ୍ପେସିଆଲିଟି ସୁବିଧା ଉପଲବ୍ଧ ହେବ । ଦେଶର ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ବିଧୁ କଲ୍ୟାଣ ମହାନ୍ତି ଏହି କେନ୍ଦ୍ରର ମୁଖ୍ୟ ଅଛନ୍ତି। କେବଳ ସେତିକି ନୁହେଁ ଏଠାରେ ମୋଟ କର୍ମଚାରୀ ସଂଖ୍ୟା ୭ ହଜାର ହୋଇଛି।ପୂର୍ବରୁ ୪ହଜାର ଥିବା ବେଳେ ଏବେ ନୂଆକରି ୩ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି ।