ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0

ମୁମ୍ବାଇ : ରାଜ୍ୟର ଉନ୍ନତି ପାଇଁ  ସବୁବେଳେ ଚେଷ୍ଟିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ରାଜ୍ୟରେ ପୁଞ୍ଜିନିବେଶ ପାଇଁ ୩ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ |  ଆଜି ମୁମ୍ବାଇରେ ନିବେଶକଙ୍କ ସହ ୱାନ ଟୁ ୱାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଆର୍ଥିକ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କୁ ବୁଝାଇବେ ନବୀନ। ତେବେ ଏନେଇ ଏହି ଅଢ଼େଇ ଘଣ୍ଟା ଭିତରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ଏଚଡିଏଫସି ବ୍ୟାଙ୍କର ଭାରତ ମୁଖ୍ୟ ଅରବିନ୍ଦ ବୋହରା, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏସିଆନ୍ ପେଣ୍ଟସ୍ ଲିମିଟେଡ୍, ବମ୍ବେ ଷ୍ଟକ ଏକ୍ସଚେଞ୍ଜ, ଲାର୍ସନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ ଓ ଏସଟିଟି ଜିଡିସି ଇଣ୍ଡିଆ ପିଭି ଲିମିଟେଡର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ | ରାଜ୍ୟର ବ୍ୟାଙ୍କିଙ୍ଗ୍, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ ଖଣି ଆଦି କ୍ଷେତ୍ର ସହ ପରିଚିତ କରେଇଛନ୍ତି । ଏମାନଙ୍କ ମଧ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ସମ୍ବଳ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ନୀଲକମଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ହିଟେନ ଭି. ପାରେଖଙ୍କ ପରି ଶିଳ୍ପପତି ଅଛନ୍ତି।ତେବେ ସଂଧ୍ୟା ୭ଟାରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ରେ ଶିଳ୍ପପତି ଓ ବ୍ୟାଙ୍କର୍ସମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।