ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି କୋରାପୁଟ ଜିଲ୍ଲାର ଏହି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଏହି ନୂଆ ବିଶ୍ୱବିଦ୍ୟାଳୟକୁ ଅଧୀନକୁ ଆସିବ ବୋଲି ଜଣାପଡ଼ିଛି । ଏଥିସହ ଜୋରପୁଟ ଗସ୍ତ ସମୟ ରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ୧୯୫୬ କୋଟି ଟଙ୍କାର ୧୧୩ ଟି ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ୧୨୩୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ୧୨୫୦୦ ସ୍ୱାବଲମ୍ବୀ ମହିଳାଙ୍କୁ ୫୦  କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ରହିଛି ।