ମୁଖ୍ୟମନ୍ତ୍ରୀ ବଖାଣିଲେ ସ୍ୱାଧୀନତାରେ ଓଡିଶାର ଭୁମିକା କଥା

0

ନୂଆଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ବୈଠକରେ ଯୋଗ ଦେବାନେଇ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରାଦେଶରେ ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତିବି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି |ସେନେଇ ରାଷ୍ଟ୍ରପତି ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |

ଏଇ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତାରେ ଓଡିଶାର ଭୁମିକା କଥା ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ୱାଧିନତାରେ ଅବଦାନ କଥା ଉଲ୍ଲେଖ କରିଥିଲେ ।ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏତିସହିତ ଅହିଁସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ପ୍ରାଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା କାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଏହି ଦାବିକୁ ପୁଣି ଥରେ ଦୋହରାଇବେ ମୁଖ୍ୟମନ୍ତ୍ରୀ | ଓଡିଶାକୁ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦେବାକୁ ଦାବି କରିବେ ଓ କେନ୍ଦ୍ର ଅଣଦେଖା କରୁଛି ବୋଲି କହିଛି ମୁଖ୍ୟମନ୍ତ୍ରୀ |