ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ‘ଲକଡାଉନ ଲିରିକ୍ସ’ ପୁସ୍ତକର ଉନ୍ମଚୋନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ପୁସ୍ତକ ଲକଡାଉନ ଲିରିକ୍ସର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ସମୟରେ ହୋଇଥିବା ସମସ୍ୟା ଓ ସ୍ୱାସ୍ଥ୍ଯ ସଙ୍କଟକୁ ନିଜର ଭାଷା ଦେଇଛନ୍ତି ସଞ୍ଜୁକ୍ତା । କରୋନା ମହାମୀର ମହାସଙ୍କଟ ମଧ୍ୟରେ ଲୋକମାନେ ଅଣ୍ଟା ସଳଖି ମୁକାବିଲା କରି ପୁଣିଥରେ ଜୀବନ ବଞ୍ଚିବାର ସ୍ଥିତିକୁ ନିଜ ପଦ୍ୟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଲେଖିକା ।

ଇଂରାଜୀ ଲିଟେରଚରରେ ପ୍ରଥମ କରି ସେ ଲକଡାଉନ ଲିରିକ୍ସ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକ ଉନ୍ମୋଚନ କରିବା ସହିତ ଶ୍ରୀମତି ଦାଶଙ୍କ ଏପରି ସର୍ଜନାତ୍ମକ ଚିନ୍ତାଧାରା ପାଇଁ ପ୍ରଶଂସା କରିଛନ୍ତି । ଶ୍ରୀମତି ଦାଶ ଜଣେ ପରିଚିତ ଓ ଜ୍ଞାନୀ ସାହିତ୍ୟିକ । ଅନ୍ତସ୍ୱର, ଅମୃତ ଅନ୍ୱେଶ ଓ ଅପେକ୍ଷାରେ ଏବେବି ଭଲି ଓଡିଆ ବହି ତାଙ୍କର ରଚନା ।