ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଯିବେ ମୁଖ୍ୟମନ୍ତ୍ରୀ
ଆସନ୍ତା ୨ ତାରିଖରେ ପଦମପୁର ଯାଇ ୩ଟି ନିର୍ବାଚନୀ ସଭାରେ କରିବେ ପ୍ରଚାର
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଜୋରଦାର ହୋଇଛି ପ୍ରଚାର । ଗତ କଲି ପ୍ରଚାର ମଇଦାନକୁଓହ୍ଲାଇବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଡିସେମ୍ବର ୩ ତାରିଖ ଦିନ ପଦ୍ମପୁର ଉପ ନିର୍ବାଚନ ପ୍ରଚାର ଶେଷ ହେବ । ସେଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଚାଲିଛି ଧୁଆଁଧାର ପ୍ରଚାର । ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବାରୁ ସବୁ ଦଳର ହେଭିୱେଟ ନେତା ପଦ୍ମପୁରରେ ଡେରା ପକାଇ ଜନସମର୍ଥନକୁ ନିଜ ସପକ୍ଷକୁ ଆଣିବା ପାଇଁ ସମସ୍ତ ବଳ ଖଟାଇ ଦେଇଛନ୍ତି । ପ୍ରଚାର ଶେଷହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୨ ରେ ପଦ୍ମପୁର ମଇଦାନରେ ହେଭିୱଟଙ୍କ ମାରାଥନ ପ୍ରଚାର କାର୍ୟ୍ୟକ୍ରମ ରହିଛି ।
ବିଜେଡିରୁ ଦଳର ସୁପ୍ରୀମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପିରୁ ମଇଦାନକୁ ଓହ୍ଲାଇବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ପଦ୍ମପୁରର ନିର୍ବାଚନ ମଣ୍ଡଳୀରେ ଥିବା ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁର ଠାରେ ବିଜେଡିର ସୁପ୍ରୀମୋ ନବୀନ ପଟ୍ଟନାୟକ ବର୍ଷାଙ୍କ ପାଇଁ ନିର୍ବାଚନୀ ସଭାରେ ଯୋଗ ଦେବେ । ଆଉ ବର୍ଷ ଵୃହଙ୍କ ପାଇଁ ପ୍ରଚାର କରିବେ |