ଭୁବନେଶ୍ୱର: ଆସନ୍ତା ମେ’ ୨୭ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ କରାଯାଇଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦାବିକୁ ସେ ଏହି ବୈଠକରେ ଦୋହରାଇବେ । ଏଥିସହ ଟେଲିକମ୍ୟୁନିକେସନ ସୁବିଧା, ସ୍ୱତନ୍ତ୍ର ପ୍ୟାକେଜ, ଡିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଦାବି ରଖିବେ ନବୀନ। ଟେଲିକମ୍ୟୁନିକେସନ କ୍ଷେତ୍ରରେ ଗ୍ରାମାଞ୍ଚଳର ଉପଭୋକ୍ତାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରରେ ୫ଏ ସମୟରେ ଗାଁରେ ୨ଏ ମଧ୍ୟ କାମ କରୁନି। ଏହାକୁ ଥ୍ରୀଜି କିମ୍ବା ଫୋର-ଜି କରିବାକୁ ନବୀନ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ। ରାଜ୍ୟ ସରକାର ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।