କୂଅ ଭିତରେ ଶିଶୁପୁତ୍ରର ମୃତ ଦେହ, ହତ୍ୟା ସନ୍ଧେହ

0

(ମୟୁରଭଞ୍ଜ) : କୂଅ ଭିତରୁ ମିଳିଲା ଶିଶୁପୁତ୍ରର ମୃତଦେହ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଇଗଣକୁଦର ଗାଁରେ । ମୃତ ଶିଶୁପୁତ୍ର ଶଙ୍କର ମାଝିଙ୍କ ପୁଅ ଦୁଃଖିଆ ମାଝି ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ କିଏ ହତ୍ୟା କରି କୂଅରେ ପକେଇଦେଇ ଥିବା ସନ୍ଧେହ କରାଯାଉଛି ।ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାନୁଯାୟୀ , ଶଙ୍କର ମାଝିଙ୍କ ପୁଅ ଦୁଃଖିଆ ମାଝି ଗତକାଲି ଠାରୁ ନିଖୋଜ ହୋଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ କୌଣସି ସନ୍ଧାନ ପାଇନଥିଲେ । ଶେଷରେ ଆଜି ଗାଁ କୂଅରୁ ପୁଅର ମୃତଦେହ ଠାବ ହୋଇଛି ।