ଆତଙ୍କବାଦୀଙ୍କ ବର୍ବାରତା : ୧୨ ବର୍ଷ ବାଳକକୁ କଲେ ହତ୍ୟା

0

(ରିିପୋର୍ଟସ ଟୁଡ଼େ / ଭୁବନଶ୍ୱେର ) : ଜମ୍ମୁ-କଶ୍ମୀରର ବନ୍ଦିପୁରାରେ ପୁଣି ଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟର ସମୟରେ ଆତଙ୍କଦୀମାନେ ଜଣେ ୧୦-୧୨ ବର୍ଷର ବାଳକଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିଲେ। ଏହାପରେ ତାଙ୍କର ମାତାପିତା ସୁରକ୍ଷାକର୍ମୀଙ୍କ ସହାୟତାରେ ପୁଅକୁ ଛାଡି ଦେବାକୁ ଆତଙ୍କବାଦୀଙ୍କ ନିକଟରେ ବହୁ ଅନୁନୟ ବିନୟ ହୋଇଥିଲେ। ହେଲେ କିଛି ଫଳ ହୋଇ ନ ଥିଲା ଶେଷରେ ଆତଙ୍କବାଦୀମାନେ ଉକ୍ତ ବାଳକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ତେବେ ତାଙ୍କର ପିତାମାତା ପୁଅକୁ ଛାଡି ଦେବାକୁ ଯେଉଁ ଅନୁରୋଧ କରିଥିଲେ ତା’ର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିଛି।