ରାଜ୍ୟରେ ବଢୁଛି ଶିଶୁଙ୍କ ସଂକ୍ରମଣ: ତୃତୀୟ ଲହର ଅ।ଶଙ୍କା

0

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତ ଶିଶୁଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ଜଣେ ୧୨ ଦିନର ଶିଶୁ କନ୍ୟାର ମୃତ୍ୟୁ ହୋଇଛି ।
ଉଭୟ ଅନ୍ୟ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏପଟେ ବାଲେଶ୍ୱରରେ ଆଜି ଆଉ ଜଣେ ଶିଶୁ ଆକ୍ରନ୍ତ ହୋଇଥିବା ବେଳେ ଜିଲ୍ଲାରେ ମୋଟ ୧୧ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୬ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ଅନୁମାନ କରାଯାଉଛି, ତୃତୀୟ ଲହର ଶିଶୁ ବା କମବୟସ୍କଙ୍କ ପାଇଁ ଅଧିକ ଘାତକ ହେବ ।