ଚୀନର ୧୫ଟି ପ୍ରଦେଶରେ କରୋନାର ଡେଲ୍ଟା ଭାରିଆଣ୍ଟ

କରୋନା ଭାଇରସର ଡେଲ୍ଟା ଭାରିଆଣ୍ଟ ସାରା ବିଶ୍ବରେ ବ୍ୟାପିବାରେ ଲାଗିଚି। ଏଭଳି ସ୍ଥିତି ବୁଧବାର କରୋନାର ମୋଟ ସଂକ୍ରମିତ ମାମଲା ୨୦ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। କରୋନାରୁ ଭଲ ହେବାପରେ ଏହି ସଂଖ୍ୟା ମଧ୍ୟ ୧୮.୦୯ କୋଟି ପହଁଞ୍ଚି ଯାଇଛି।

0

(ଦିଲ୍ଲୀ) : କରୋନା ଭାଇରସର ଡେଲ୍ଟା ଭାରିଆଣ୍ଟ ସାରା ବିଶ୍ବରେ ବ୍ୟାପିବାରେ ଲାଗିଚି। ଏଭଳି ସ୍ଥିତି ବୁଧବାର କରୋନାର ମୋଟ ସଂକ୍ରମିତ ମାମଲା ୨୦ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। କରୋନାରୁ ଭଲ ହେବାପରେ ଏହି ସଂଖ୍ୟା ମଧ୍ୟ ୧୮.୦୯ କୋଟି ପହଁଞ୍ଚି ଯାଇଛି। ସେଭଳି ଚୀନ୍ ୧୫ଟି ପ୍ରଦେଶରେ କରୋନାର ଡେଲ୍ଟା ଭାରିଆଣ୍ଟରେ ୫୦୦ଟି ସଂକ୍ରମଣ ମାମଲା ଆସିସାରିଛି।

ସୂଚନାନୁଯାୟୀ , ବିଶ୍ବରେ ଗତ ୨୪ ଘଣ୍ଟା ଭିତରେ ୬.୮୩ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିଛି। ଏହି ସମୟରେ ୪.୩୯ ଲକ୍ଷ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି। ୧୦,୧୧୭ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ସବୁଠାରୁ ଅଧିକ ୧.୧୨ ଲକ୍ଷ ମାମଲା ଆମେରିକାରେ ରେକର୍ଡ କରାଯାଇଛି। ଇଣ୍ଡୋନେସିଆରେ ସବୁଠାରୁ ଅଧିକ ୧,୭୨୭ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି। ଉଲ୍ଲେଖନୀୟ ଯେ, କରୋନା ପ୍ରଥମ ସଂକ୍ରମଣ ମାମଲା ଚୀନ୍‌ରେ ଦେଖିବାକୁ ମିଳିଥିଲା, କିନ୍ତୁ ଚୀନ୍‌ କରୋନା ଉପରେ ଶୀଘ୍ର ନିୟନ୍ତ୍ରଣ ପାଇପାରିଥିଲା। ଚୀନ୍ ବିଶ୍ବର ପ୍ରଥମ ଦେଶ, ଯିଏକି ଅନଲକ୍ ଥିଲା ଏବେ ସେଠାରେ କରୋନା କାୟା ବିସ୍ତାର କରିଛି।