ଓମିକ୍ରନ୍ ଭାରିଆଣ୍ଟ : କମର୍ଚାରୀ ନିଜ ଅଫିସରେ କାଟୁଛନ୍ତି ରାତି

ଚୀନ୍‌ରେ କରୋନାର ଭାଇରସର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମଣ ମାମଲା ଦୃତ ଗତିରେ ବଢି ଚାଲିଛି।

0

(ଦିଲ୍ଲୀ) : ଚୀନ୍‌ରେ କରୋନାର ଭାଇରସର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମଣ ମାମଲା ଦୃତ ଗତିରେ ବଢି ଚାଲିଛି। ଏଭଳି ସ୍ଥିତିରେ ଦେଶର ଆର୍ଥିକ ରାଜଧାନୀ ସଙ୍ଘାଇରେ ସଂକ୍ରମଣ ହାର ରୋକିବା ପାଇଁ ଲକଡାଉନ୍ ଲଗାଯାଇଛି।

ଅନ୍ୟପକ୍ଷେ ହଜାର ହଜାର ଲୋକ ନିଜର ଅଫିସରେ ଏବେ ରାତି କାଟୁଛନ୍ତି। କାରଣ ସଙ୍ଘାଇରେ ୧ ହଜାରରୁ ଅଧିକ ଆର୍ଥିକ ସଂସ୍ଥାନ ରହିଛି। ଏଭଳି ସ୍ଥିତିରେ ବହୁ କମ୍ପାନୀର କମର୍ଚାରୀ ନିଜ ଅଫିସରେ ରାତି କାଟୁଛନ୍ତି। କିଛି କମ୍ପାନୀର କର୍ମଚାରୀଙ୍କୁ ଅଫିସରେ ରାତି କାଟିବା ପାଇଁ ଟଙ୍କା ଦିଆଯାଉଛି।

ଚଳିତ ମାସ ଆରମ୍ଭରୁ ଅଫିସରେ କର୍ମଚାରୀମାନେ ରାତି ବିତାଇବା ଆରମ୍ଭ କରିଦେଇଛନ୍ତି। କର୍ମଚାରୀମାନେ ଗତ ୧୫ ଦିନ ହେବ ଅଫିସରେ କାମ କରିବା ପରେ ସେଇଠି ରାତି ବିତାଉଛନ୍ତି।