୨୪ ଘଣ୍ଟାରେ ସଙ୍ଘାଇରୁ ୮ ହଜାର କରୋନା ସଂକ୍ରମିତ ଚିହ୍ନଟ

ମହାମାରୀ କରୋନା ସଂକ୍ରମଣ ପୁରାଦେଶରେ ହ୍ରାସ ପାଇଥିଲେ ମଧ୍ୟ ଚୀନରେ ମହାମାରୀ ଛାଡିବାର ନାଁ ନେଉନି ।

0

(ଦିଲ୍ଲୀ) : ମହାମାରୀ କରୋନା ସଂକ୍ରମଣ ପୁରାଦେଶରେ ହ୍ରାସ ପାଇଥିଲେ ମଧ୍ୟ ଚୀନରେ ମହାମାରୀ ଛାଡିବାର ନାଁ ନେଉନି । ତେବେ କରୋନାର ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଚାଇନାର ଚିନ୍ତା ବଢ଼ି ଯାଇଛି।

ନୂଆ ସବ ଭାରିଏଣ୍ଟ ସଙ୍ଘାଇ ଠାରୁ ୭୦ କିମି ଦୂରରେ ଥିବା ଗୋଟିଏ ସହରରୁ ଚିହ୍ନଟ ହୋଇଛି। ଏଠାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ନୂଆ ସବ ଭାରିଏଣ୍ଟ ଠାବ ହୋଇଛି।

 


ସେହିପରି ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ଲୋକଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନାହିଁ।” ଅନ୍ୟପକ୍ଷରେ ୨୪ ଘଣ୍ଟାରେ କେବଳ ସଙ୍ଘାଇରୁ ୮ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରା ୭,୭୮୮ ଜଣ ଲକ୍ଷଣହୀନ କରୋନା ଆକ୍ରାନ୍ତ। ଆଜି ଠାରୁ ସଙ୍ଘାଇରେ ଟେଷ୍ଟିଂକୁ ଆହୁରି ଜୋରଦାର କରାଯାଇଛି।