ତାଇୱାନ ସହ ଯୁଦ୍ଧ କରିବାକୁ ଚୀନ୍‌ ପ୍ରସ୍ତୁତ ,ଶତାଧିକ ଯୁଦ୍ଧ ବିମାନ ସହ ଲଢ଼ିବ ଚୀନ୍‌

0

ନୂଆଦିଲ୍ଲୀ:ଚୀନ୍‌ ନିଜର ପରିବାପଣିଆକୁ ସବୁ ଦେଶ ମଧ୍ୟରେ ଜୋରକରି ଦେଖେଇବାକୁ ଚାଁହୁଛି |  ଚୀନ୍‌-ତାଇୱାନ ତିକ୍ତତା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆମେରିକା ପ୍ରଶାସନ ତାଇୱାନ ପ୍ରତି ପୂର୍ଣ୍ଣ ସମର୍ଥନ ଜାରି ରଖିଛି ଏବଂ ତାଇୱାନକୁ ଯଥା ସମ୍ଭବ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି । ଗତକାଲି ସୁଦ୍ଧା ମାତ୍ର ୩୦ ବିମାନ ଯୁଦ୍ଧାଭ୍ୟାସରେ ସାମିଲ ହୋଇଥିବା ବେଳେ ଏହି ସଂଖ୍ୟା ଅଚାନକ ଶହେ ଟପି ଯାଇଛି । ଏଭଳି ସ୍ଥିତିରେ ଚୀନ୍‌ ଯେ କୌଣସି ସମୟରେ ତାଇୱାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେବା ସମ୍ଭାବନା ବଳବତ୍ତର ହୋଇଛି ।

ତେବେ ତାଇୱାନ ତଟରୁ ମାତ୍ର ୨୦ କିଲୋମିଟର ଦୂରରେ ଚୀନ୍‌ ସେନା ବାରୁଦ ବର୍ଷା କରୁଥିଲେ ମଧ୍ୟ ଏଭଳି ସଙ୍କଟର ସମାଧାନ ପାଇଁ ଆମେରିକା କୌଣସି ଫଳପ୍ରଦ ଯୋଜନା କରିପାରୁ ନାହିଁ ।ତେବେ ଗୁଇନ୍ଦା ଜାହାଜକୁ ନେଇ  ଶ୍ରୀଲଙ୍କା-ଚୀନ ମଧ୍ୟରେ କୂଟନୀତି ସରଗରମ୍ ଦେଖିବାକୁ ମିଳିଛି |୬ଟି ବିଶାଳ ଯୁଦ୍ଧପୋତ ସହ ଶତାଧିକ ଯୁଦ୍ଧ ବିମାନ ଚୀନମୁତୟନ କରିଛି । ଶତାଧିକ ଯୁଦ୍ଧ ବିମାନ ପଠାଇ ଚୀନ୍‌ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଏଥିରେ ଚୀନ୍‌ର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ସାମିଲ ରହିଛି ।

ଚୀନ୍‌ର ଏଭଳି ପଦକ୍ଷେପ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିବା ବେଳେ ତାଇୱାନ ନିଜର ସୁରକ୍ଷା ପାଇଁ ଯଥାସମ୍ଭବ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି ।ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଚୀନ୍‌କୁ ତୁରନ୍ତ ସାମରିକ ଅଭ୍ୟାସ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଚୀନ୍‌ ଏଥିପ୍ରତି କର୍ଣ୍ଣପାତ କରିନାହିଁ |ତେବେ ଏନେଇ ସବୁଦେଶ ଏବେ ଚୀନ ଉପରେ ଖପା ହୋଇଯାଇଛି |