କରୋନା ସଂକ୍ରମଣ : ସ୍ଥିତି ସୁଧାରିପାରୁନି ଚୀନ

ବିଶ୍ୱ ଗୋଟିଏ ପଟେ ନିଜର ସ୍ଥିତି ସୁଧାରୁ ଥିବା ବେଳେ ଚୀନ୍‌ର ସ୍ଥିତି ଅସମ୍ଭାଳ ହୋଇପଡିଛି ।

0

(ଦିଲ୍ଲୀ) : ବିଶ୍ୱ ଗୋଟିଏ ପଟେ ନିଜର ସ୍ଥିତି ସୁଧାରୁ ଥିବା ବେଳେ ଚୀନ୍‌ର ସ୍ଥିତି ଅସମ୍ଭାଳ ହୋଇପଡିଛି । ଫେଲ୍‌ ମାରିଛି ଚୀନ୍‌ର ଜିରୋ କୋଭିଡ ପଲିସି। ଏଠାରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମ ମାମଲା। ଯାହାକୁ ଦୃଷ୍ଟିରେ ରଖି ବୃହତ୍ତମ ନଗରୀ ଶାଙ୍ଘାଇରେ ଲକ୍‌ଡାଉନ୍‌ ଘୋଷଣା କରିଛି ଚୀନ୍‌।

ସୂଚନାନୁଯାୟୀ , ଏହି ଲକଡାଉନ ବେଳେ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ବାହାର ଦୁନିଆ ସହିତ ସେମାନଙ୍କର ଯେମିତି ଯୋଗାଯୋଗ ନ ରୁହେ, ସେ ବିଷୟରେ ସୁନିଶ୍ଚିତ ହେବାକୁ ଆବଶ୍ୟକ ସାମଗ୍ରୀ ‘ଚେକ୍‌ପଏଣ୍ଟ୍‌’ମାନଙ୍କରେ ରଖାଯିବ। ଅତ୍ୟାବଶ୍ୟକ ମନେହେଉ ନ ଥିବା କାର୍ଯ୍ୟାଳୟ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯିବ ଏବଂ ସର୍ବସାଧାରଣ ପରିବହନ ମଧ୍ୟ ବାତିଲ ହେବ।