ବେପାରିଙ୍କ କବଜାରେ ରାସ୍ତା, ଲୋକେ ହନ୍ତସନ୍ତ

0

(ଜଳେଶ୍ୱର/ଅଜିତ ସାହୁ): ଚିପ୍ସ ଢାଳି ରାସ୍ତା ଅବରୋଧ, ସାଧାରଣରେ ତେଜୁଛି ଜନ ଅସନ୍ତୋଷ। ସ୍ଥାନୀୟ ସରପଞ୍ଚ ଓ ପ୍ରଶାଶନ ସାଜିଛନ୍ତି ନିରବ ଦ୍ରଷ୍ଟା। ସୂଚନା ଅନୁଯାୟୀ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରେ ଥିବା ଚାଲନ୍ତି ଅଣ୍ଡର ବାଇ ପାସ ରୋଡ ଓ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ଼ ଉପରେ ଦୀର୍ଘଦିନ ହେବ ଜନୈକ ବ୍ୟକ୍ତି ମେଟାଲ,ଚିପ୍ସ , ବାଲି ଆଦି ବେଆଇନ ଭାବେ ଗଚ୍ଛିତ ରଖି ବ୍ୟବସାୟ କରି ଆସୁଛନ୍ତି । ଯେଉଁଥି ପାଇଁ ସେହି ରାସ୍ତାଟି ଶଙ୍କୁଚିତ ହୋଇଯାଇଛି। ଫଳରେ ସେହି ବାଟରେ ଯିବା ଆସିବା କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ସ୍ଥାନୀୟ ଲୋକ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିପାରି ନାହିଁ । ସ୍ଥନୀୟ ଲୋକଙ୍କ ଅଭିଯୋଗନୁଯାୟୀ, ଉକ୍ତ ବ୍ୟବସାୟିଙ୍କଠାରୁ ସରପଞ୍ଚ ଓ ସରକାରୀ ଅଧିକାରୀମାନେ ମୋଟା ଅଙ୍କର ଟଙ୍କା ପକାଇ ଦେଇ ଚୁପ ବସି ପଡୁଛନ୍ତି । ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳରେ ଧିରେ ଧିରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।