ସ୍ୱାମୀଙ୍କୁ ଛାଡପତ୍ର ଦେବେ ଚିରଞ୍ଜୀବୀଙ୍କ ଝିଅ ଶ୍ରୀଜା !

ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସାନ ଝିଅ ଶ୍ରୀଜା ତାଙ୍କ ସ୍ୱାମୀ ଏବଂ ଅଭିନେତା କଲ୍ୟାଣ ଧେଭଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି।

0

(ମୁମ୍ବାଇ) : ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସାନ ଝିଅ ଶ୍ରୀଜା ତାଙ୍କ ସ୍ୱାମୀ ଏବଂ ଅଭିନେତା କଲ୍ୟାଣ ଧେଭଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ଶ୍ରୀଜା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ନାମ ବଦଳାଇ ଶ୍ରୀଜା କୋନିଡେଲା କରିଛନ୍ତି। ଏହାପୂର୍ବରୁ ତାଙ୍କ ନାମ ଶ୍ରୀଜା ଧେଭ ଥିଲା। ଶ୍ରୀଜା ଧେବ ପୂର୍ବରୁ ଇନଷ୍ଟାଗ୍ରାମରେ ଶ୍ରୀଜା କଲ୍ୟାଣ ଲେଖୁଥିଲେ। ତେବେ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କ ସରନେମ ହଟାଇ ‘କୋନିଡେଲା’ ଯୋଡିଛନ୍ତି। ଇନଷ୍ଟାଗ୍ରାମରେ ସ୍ୱାମୀଙ୍କ ସରନେମ ହଟାଇବା ପରଠାରୁ ଶ୍ରୀଜା ଚର୍ଚ୍ଚାରେ ରହିଛନ୍ତି। ଏହା ପରେ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା କରାଯାଉଛି ଯେ ସେମାନଙ୍କ ମଧ୍ୟରେ କିଛି ଠିକ୍ ଚାଲୁନାହିଁ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଶ୍ରୀଜା- କଲ୍ୟାଣଙ୍କ ଛାଡପତ୍ର ଖବର ଆସୁଥିଲା। ଯାହାକୁ ନେଇ କୁହାଯାଇଥିଲା ଶ୍ରୀଜା ଏବଂ କଲ୍ୟାଣ ଖୁବ୍ ଶୀଘ୍ର ଏହା ଉପରେ ଆନୁଷ୍ଠାନିକ ଘୋଷଣା କରିପାରନ୍ତି। କଲ୍ୟାଣ ଦେଭଙ୍କ ସହ ଶ୍ରୀଜାଙ୍କର ଏହା ଦ୍ୱିତୀୟ ବିବାହ। ଏହାପୂର୍ବରୁ ଶ୍ରୀଜା ସିରିଶ ଭରଦ୍ୱାଜଙ୍କୁ ବିବାହ କରିଥିଲେ, ଯାହାଙ୍କ ସହ ତାଙ୍କର ଗୋଟିଏ ଝିଅ ଅଛି। ଶ୍ରୀଜା ଏବଂ କଲ୍ୟାଣ ୨୦୧୬ ମସିହାରେ ବିବାହ କରିଥିଲେ, ଯେଉଁଥିରେ ସାଉଥର ବହୁ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ।