ପ୍ରେମିକର ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ

0

ନବରଙ୍ଗପୁର ( ଟୁକୁନା ଖରା)– ପ୍ରେମ ପାଇଁ କିଏ ଜୀବନ ହାରୁଛି ତ କିଏ ମାଡ ଖାଉଛି । କିନ୍ତୁ ଏଘଟଣା କିଛି ଅଲଗା ପ୍ରକାର । ଅଲଗା ପ୍ରକାରର ଆମେ ଏଥି ପାଇଁ କହୁଛୁ ଏଠି ପ୍ରେମ ପାଇଁ ପ୍ରେମିକଟି ଖାଇଛି ଚେଙ୍କା । କାହିିଁକି ନା ଏ ଚେଙ୍କ ଲାଗିଛି ପ୍ରେମିକର ଗୁପ୍ତାଙ୍ଗରେ । ଏଭଳି ଏମିତି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ରେ ଆଉ ଏହି ଘଟଣାରେ ଏଯାବତ୍ ଗିରଫ ହୋଇସାରିଲେଣି ୭ ଜଣ ଅଭିଯୁକ୍ତ । ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ଆନନ୍ଦ ଗୌଡ଼ ଚନ୍ଦ୍ରପୁର ଗ୍ରାମର ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ । ଗତ ଫେବୃୟାରୀ ୨୮ ୨୦୨୨ ରେ ରାଣୀଗୁଡା ଗ୍ରାମର ଗୋପୀ ମୁଦୁଲି ସିନ୍ଧିଗୁଡା ଗ୍ରାମକୁ ଯାଇଥିଲେ । ଉଭୟେ ଆନନ୍ଦ ଗୌଡ଼ ଓ ଗୋପୀ ମୁଦୁଲି ରାତିରେ ମଦ୍ୟପାନ କରିଥିଲେ । ପରେ ଗୋପୀ ଙ୍କ ସହ ଆନନ୍ଦ ଗୌଡ଼ ଙ୍କ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଉଭୟ ଗୋପୀ ଓ ଆନନ୍ଦ ଙ୍କ ସ୍ତ୍ରୀ ଙ୍କୁ ଗାଁ ଦାଣ୍ଡ ର ଏକ ଗଛ ରେ ବାନ୍ଧି ବା ସହ ପ୍ରେମିକ ର ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେଇଥିଲେ କିଛି ଯୁବକ , ତଥାପିବି ସେମାନଙ୍କ ମନ ନ ବୁଝିବାରୁ ଗାଁ ଦାଣ୍ଡ ରେ ଏକ ଆଦିବାସୀ ଗୀତ ବଜାଇ ଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଜି ପୀଡ଼ିତ ଜଣକ ମୈଦଲପୁର ଫାଣ୍ଡିରେ ଏତଲା ଦେବାପରେ ଏତଲାକୁ ଆଧାର କରି ସିନ୍ଧିଗୁଡ଼ା ଗ୍ରାମରେ ପହଞ୍ଚି ୭ ଜଣକୁ ଗିରଫ କରି କୌର୍ଟ ଚାଲାଣ କରିଛି ପୋଲିସ ।