ଆଜାଦୀ କା ଅମୃତ ମହୋତ୍ସବ ଲାଗି ବୃତ୍ତ ଚିତ୍ର ପ୍ରଦର୍ଶୀତ

0

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନ (ଦି କଲିଜିଏଟ ରୋଲ ମଡେଲ) ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଯାଇଛି। ପୂର୍ବରୁ ଚିତ୍ରଟିର ଟ୍ରେଲର ମଧୁସୂଦନ ଆଇନ ମହାବିଦ୍ୟାଳୟର ପରିସରରେ ପ୍ରଦର୍ଶିତ ହୋଇ ଅନେକ ପ୍ରସଂଶା ସାଉଁଟିଥିଲା। ସଂପ୍ରତି ଚିତ୍ରର ପୂର୍ଣ୍ଣାଙ୍ଗ ପ୍ରଦର୍ଶନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଯୋଜିକା ମିଳନ ଦାଶ ସପନଟିଏ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଯାହା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତଥା ବହୁ ପ୍ରସଂଶା ପାଇଥିଲା। ବର୍ତ୍ତମାନ ଏହି ବୃୃତ୍ତ ଚିତ୍ରରେ ସ୍ୱାଧୀନତା ପର୍ବବର୍ତ୍ତୀ ଓ ପରବର୍ତ୍ତୀ ଯଶସ୍ୱୀ ବ୍ୟକ୍ତିମାନଙ୍କର କଥା ଉପରେ ଆଧାରିତ ଏହି ଚିତ୍ର ପ୍ରଦର୍ଶନ ଉତ୍ସବରେ ହାଇକୋର୍ଟର ବିଚାରପତି, ରେଭେନସା କଲେଜିଏଟ ସ୍କୁଲର ପୁରାତନ ଛାତ୍ର ସଂସଦ, ଜାଭିୟର ସ୍କୁଲର ନିର୍ଦ୍ଦେଶିକା, ଜଟଣୀ ସ୍କୁଲ, କଟକର ସହାୟ ତଥା ବହୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ସଂପ୍ରତି ଆଜାଦୀ କା ଅମୃତ ମହୋତ୍ସବକୁ ମନେ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କୃତୀ ଛାତ୍ରଛାତ୍ରୀଙ୍କୁ ରେଭେନସା କଲେଜିଏଟ ସ୍କୁଲ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମିଳନ ଦାଶଙ୍କ ପ୍ରଯୋଜନା ସଂସ୍ଥା ତରଫରୁ ଛାତ୍ର ସଂଘ ତଥା ରେଭେନସା କଲେଜିଏଟ ସ୍କୁଲକୁ ଚିତ୍ର ନିର୍ମାଣରେ ପ୍ରଦାନ କରିଥିବା ସହଯୋଗ ଓ ତଥ୍ୟ ପାଇଁ ସମ୍ବୋଧିତ କରାଯାଇଥିଲା। ଯାହାକୁ ରେଭେନସା ସ୍କୁଲର ପୁରାତନ ଶିକ୍ଷୟିତ୍ରୀ ପ୍ରମିଳା ଜେନା ଏବଂ ନାଲକୋର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ମହାନ୍ତି, ୟୁକୋ ବ୍ୟାଙ୍କର ଅଧିକାରୀ ପ୍ରମୁଖ ଚିତ୍ର ପ୍ରଦର୍ଶନୀରେ ଉପସ୍ଥିତ ଥିଲେ।