ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

0

ହିଞ୍ଜିଳି କାଟୁ : (ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଣନଇ ଖରିଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀର ଠେଙ୍ଗା ବାଡି ମାଡରେ ଅନେକ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୁଣ୍ଡ ଫାଟିଛି । ତେବେ ରାଜନୈତିକ ସଂଘର୍ଷ ବୋଲି ଆହତ ମହିଳା ଅଭିଯୋଗ କରିଥିବା ବେଳେ କବିସୂର୍ଯ୍ୟନଗର ଥାନାରେ ଦୁଇ ଗୋଷ୍ଠୀ ପକ୍ଷରୁ ଏତଲା ଦିଆଯାଇଛି । ତେବେ ସେହି ଗୋଷ୍ଠୀ ସଂଘର୍ଷ ସମୟ ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।