ବୋନିଙ୍କୁ ଉର୍ବଶୀଙ୍କ କ୍ଲିନ ଚିଟ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରି ଓ ଅଶ୍ଳୀଳତା ଅଙ୍ଗାଅଙ୍ଗିଭାବେ ଜଡିତ । ଏହାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ । ପ୍ରଯୋଜକ ବନି କପୁରଙ୍କୁ ନେଇ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ବନି କପୁର ଅଭିନେତ୍ରୀ ଉର୍ବସୀ ରାଉତେଲାଙ୍କ ପଛକୁ ସ୍ପର୍ଶ କରୁଛନ୍ତି । ଏହି ଭିଡିଓକୁ ନେଇ ବନିଙ୍କୁୁ ଅନେକ ସମାଲୋଚନାର ଶୀକାର ହେବାକୁୁ ହୋଇଥିଲା । କେହି କହିଲେ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଆଉ ଏକ ସାଥୀ ଖୋଜିଛନ୍ତି ବନି । କିଏ କହିଲା, ନିଜ ଝିଅ ବୟସର ପିଲାକୁ ବୋନି ଛାଡୁ ନାହାନ୍ତି ଆଦି ନାନା ଟିକ୍କା ଟିପ୍ପଣୀ ହୋଇଥିଲା । କିନ୍ତୁ ଯାହା ପାଇଁ ଏତେ ସବୁ ଟିକ୍କା ଟିପ୍ପଣୀ ଥିଲା ସେ ବୋନିଙ୍କୁ କ୍ଲିନ ଚିଟ ଦେଇଛନ୍ତି ।
ନିକଟରେ ଏକ ସାକ୍ଷାତକାର ଅବସରରେ ଉର୍ବସୀ କହିଛନ୍ତି ବୋନିଙ୍କ ସ୍ପର୍ଷ ଏକ ସୁନ୍ଦର ଅଭିବାଦନ ଥିଲା । ଏଥିରେ କୌଣସି ଅଶ୍ଳୀଳତା ନ ଥିଲା । କିନ୍ତୁ ଭିଡିଓଟି ରାତାରାତି ଭାଇରାଲ ହୋଇଗଲା ଓ ଏହାକୁ ନେଇ ନାନା ସମାଲୋଚନା କରାଗଲା । ସେ ଆହୁରି କହିଛନ୍ତି, ବୋନିଙ୍କୁ ପୂର୍ବରୁ ଜାଣେ । ତାଙ୍କ ସହ କୌଣସି ଚଳଚିତ୍ର କରିନାହିଁ, ଏହାର ମାନେ ନୁହେଁ ମୋର ତାଙ୍କ ସହ ସମ୍ପର୍କ ନାହିଁ ।