କାଶୀପୁର ବିକାଶ ପରିଷଦର ବନ୍ଦ ଡାକରା

0

(ରାୟଗଡା) : କାଶୀପୁର ବିକାଶ ପରିଷଦ ଏହି ବନ୍ଦ ଡାକରା ଯୋଗୁଁ ସମଗ୍ର ବ୍ଲକରେ ସାଧାରଣ ଜୀବନଯାପନ ଠପ ହୋଇଯାଇଛି। ଏଣେ ରାୟଗଡ଼ା ଠାରେ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ନାଏକଙ୍କ ଅଚାନକ ବଦଳି ପ୍ରତିବାଦ ହୋଇଥିବା ସୂଚନା ମିଳିଛି । ଯଦି ଦାବି ପୁରଣ ନହୁଏ ତେବେ ଆଗାମୀ ଦିନରେ ବଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ସୂଚାନୁଯାୟୀ , ଗତ ୩ ମାସ ଭିତରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ୩ ଥର ପରିବର୍ତ୍ତନ କରାଯାଇଛି। କାଶୀପୁର ବ୍ଲକର ବାସିନ୍ଦା ମହେଶ୍ବର ନାୟକଙ୍କୁ କୋରାପୁଟ ଜିଲାରୁ ରାୟଗଡା ଜିଲ୍ଲା ବଦଳି କରାଗଲା। ମାର୍ଚ୍ଚ ୪ ତାରିଖରେ ବଦଳି ହୋଇ ସେ ୧୮ ତାରିଖରେ ଦାୟିତ୍ବ ନେଇଥିଲେ। ତେବେ ଗୋଟିଏ ମାସ ଭିତରେ ପୁଣି ତାଙ୍କୁ ବଦଳି କରାଯାଇଛି। ଯାହାକି ବଦଳି ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରୁଛି। ଅପରପକ୍ଷରେ ଅଞ୍ଚଳର ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଥିବା ବିକାଶ ପରିଷଦ ପକ୍ଷରୁ ଆନ୍ଦୋଳନକାରୀମାନେ କହିଛନ୍ତି। ଏହାର ପ୍ରତିବାଦ କରି କାଶୀପୁର ବ୍ଲକର ୩ ପ୍ରବେଶ ପଥ ବନ୍ଦ କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ବଦଳିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।