କ୍ଲବ ଭେନମ୍‌ ବାରକୁ ସିଲ୍‌ କଲା ବିଏମସି

ଲକ୍‌ଡାଉନ୍‌ ପାଇଁ କେବଳ ଅନଲାଇନରେ ମଦ ବିକ୍ରି କରିବାକୁ ଅନୁମତି ମିଳିଥିବା ବେଳେ କିନ୍ତୁ କିଛି ବାର ଓ ମଦ ଦୋକାନୀ ଅଫ୍‌ଲାଇନରେ ମଦ ବିକ୍ରି କରିବା

0

(ଭୁବନେଶ୍ୱର) : ଲକ୍‌ଡାଉନ୍‌ ପାଇଁ କେବଳ ଅନଲାଇନରେ ମଦ ବିକ୍ରି କରିବାକୁ ଅନୁମତି ମିଳିଥିବା ବେଳେ କିନ୍ତୁ କିଛି ବାର ଓ ମଦ ଦୋକାନୀ ଅଫ୍‌ଲାଇନରେ ମଦ ବିକ୍ରି କରିବା ସହ ଚଢା ଦର ବିକ୍ରି କରୁଥିବା ନଜର ଆସୁଛି । ଏ ଅଭିଯୋଗରେ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା କ୍ଲବ ଭେନମ୍‌ ବାରକୁ ସିଲ୍‌ କରିଛି ବିଏମସି ।

ସୂଚନା ଅନୁଯାୟୀ, ଉକ୍ତ ବାର୍‌ ମାଲିକ ଅଫ୍‌ଲାଇନରେ ବିକ୍ରି କରିବା ସହ ଦ୍ୱିଗୁଣ ଦରରେ ମଦ ବିକ୍ରି କରୁଥିଲେ । ଖବର ପାଇବା ପରେ ବିଏମସିର ଜଣେ କର୍ମଚାରୀ ଗ୍ରାହକ ବେଶରେ ବାରକୁ ଯାଇଥିଲେ । ଅଫ୍‌ଲାଇନରେ ସେଠାରୁ ଏକ ମଦ କିଣିଥିଲେ । ଖବର ସଠିକ୍‌ ଥିବା ଜାଣିବା ପରେ ବାରକୁ ସିଲ୍‌ କରି ଦେଇଥିଲେ ।