କ୍ଲଷ୍ଟରର ନୂତନ ସିଆରସିସିଙ୍କୁ ସ୍ୱାଗତ

0

(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଭୈରବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ରବୀନ୍ଦ୍ରନାଥ ବାହିନୀପତିଙ୍କୁ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଶ୍ରୀ ବାହିନୀପତି ବିଗତ ଏଗାର ବର୍ଷ ଧରି ନୂଆଗାଁରେ ଶିକ୍ଷକତା କରିବା ପରେ ଏବେ ସିଆରସିସି ଭାବେ ଜୁଣେଇ ସ୍ଥିତ ଭୈରବ ନୋଡାଲ ୟୁପିଏସ୍ କ୍ଲଷ୍ଟରରେ କାର୍ୟ୍ୟରେ ଯୋଗଦେଇଛନ୍ତି । ଉଭୟ ବିଦ୍ୟାଳୟ ପକ୍ଷରୁ ଶ୍ରୀ ବାହିନୀପତିଙ୍କୁ ପୂର୍ବତନ ଶିକ୍ଷକଭାବେ ବିଦାୟ ଦିଆଯିବା ସହିତ ସଂପୃକ୍ତ କ୍ଲଷ୍ଟରର ନୂତନ ସିଆରସିସି ରୂପେ ସ୍ୱାଗତ କରାଯାଇଛି । ଗୋପ ବ୍ଲକ୍ ଶିକ୍ଷା ଅଧିକାରୀ ବସନ୍ତ କୁମାର ମିଶ୍ର ମୁଖ୍ୟ ଅତିଥିରୂପେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗୋପ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ପ୍ରଭାସଚନ୍ଦ୍ର କରଣ, ଅତିରିକ୍ତ ଶିକ୍ଷାଧିକାରୀ ବ୍ରଜବନ୍ଧୁ ବେହେରା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତଚନ୍ଦ୍ର ପ୍ରଧାନ,ବରିଷ୍ଠ ଶିକ୍ଷକ ଅଶୋକ ବେହେରା, ପୂର୍ବତନ ସିଆରସିସି ପ୍ରମୁଖ ଉପସ୍ଥିତ ଥିଲେ।