କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ

0

କୋରାପୁଟ/ ମନୋଜ ଦାସ : ମୁଖ୍ୟମନ୍ତ୍ରୀ ଙ୍କ ୭୭ ତମ ଜନ୍ମଦିନକୁ ଅତି ଧୁମ ଧାମ ରେ ପାଳିଥିଲେ ରାଜ୍ୟବାସୀ । ସେହିଭଳି କୋରାପୁଟ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳିଥିଲା ବିଜେଡି। ଜୟପୁର ବିଜେଡି କାର୍ୟ୍ୟାଳୟ ରେ ପ୍ରଥମେ କେକ କାଟି ପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ଓ ଛାତ୍ର ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ପାଣିଗ୍ରାହୀ, ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ, ମୁନାରଥ ଜିଲ୍ଲା ଛାତ୍ରସଭାପତି ଆଶିଷ ପଣ୍ଡା ସମେତ ସମସ୍ତ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ।