ଓଡିଶା

ଅନ୍ୟ ଦଳର ଜନ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି: ବିରୋଧୀ ଦଳ ନେତା

କଳାହାଣ୍ଡି: କଳାହାଣ୍ଡିରେ ଆଜି ଇନ୍ଦ୍ରାବଦୀ ଜଳପ୍ରକଳ୍ପର ଶୁଭାରମ୍ଭ ପାଇଁ ଜମିଛି ବିଜେଡି ନେତାଙ୍କ ଭିଡ । ଏହା ସରକାରୀ କାର୍ଯ୍ୟକ୍ରମ । କିନ୍ତୁ ଏହି ସମାବେଶକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବର୍ଜନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୩ଟି ମଞ୍ଚ ହୋଇଛି । ଗୋଟିଏରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବାରୁ ସମାବେଶକୁ ବିରୋଧୀ ଦଳ ନେତା ବର୍ଜନ କରିଛନ୍ତି । ପ୍ରଦୀପ୍ତ ନାୟକ କହିଛନ୍ତି, ସାମନ୍ତ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବେ। ସରକାରୀ କାର୍ଯ୍ୟକୁ ଦଳୀୟ ପ୍ରଚାରରେ ଲଗାଉଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
କଳାହାଣ୍ଡିରେ ଲୋକଙ୍କ ଅର୍ଥକୁ ଦଳୀୟ ପ୍ରଚାରରେ ଲଗାଉଛନ୍ତି ସରକାର । ସରକାରୀ ଅଧିକାରୀଙ୍କୁ ଦଳୀୟ ପ୍ରଚାରରେ ବିନିଯୋଗ କରାଉଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟ ଦଳର ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଇଛି । ୨୦୧୩ରେ ସେଠି ହୋଇଥିବା ଉଠା ଜଳସେଚନ ବ୍ୟବସ୍ଥା ଏବେ ଦିଗହରା । ଏବେ ଲୋକଙ୍କୁ ଭୁତେଇବାକୁ ଏହି ପ୍ରକଳ୍ପ ନାମରେ ଦଳୀୟ ପ୍ରଚାର କରାଯାଉଥିବା ପ୍ରଦୀପ୍ତ ଅଭିଯୋଗ କରିଛନ୍ତି ।
ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଆଜି ୨୦୮୫ କୋଟିର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ଜୟପାଟଣା ବ୍ଲକ ମଙ୍ଗଳପୁରରେ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଠାରେ ଇନ୍ଦ୍ରାବତୀ ମେଗା ଜଳସେଚନ ପକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗତ ସେପ୍ଟେମ୍ବର ମାସରେ ଶେଷ ହୋଇଛି । ୭୫୬ କୋଟି ଟଙ୍କା ବ୍ୟୟରେ ଏହି ମେଗା ଜଳସେଚନ ପ୍ରକଳ୍ପର ନିର୍ମାଣ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ ।

 

Related posts

ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

Report

ଗଣେଶ ପୂଜା ଉପରେ କଟକଣା ଲଗାଇଲେ ଗଞ୍ଜାମ ଜିଲ୍ଲାପାଳ

Report

ଓପିଏସସି ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି

Report

Leave a Comment