ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ଧର୍ମର ମାସ | କାର୍ତିକ ମାସରେ ମହାକାର୍ତିକ ବ୍ରତକୁ ହିନ୍ଦୁ ଧର୍ମରେ ଧର୍ମର ମାସ ବୋଲି କୁହାଯାଏ | ପ୍ରତେକ ଓଡ଼ିଆ ଘରର ଲୋକେ ଗୋଟେ ମାସ ଯାଏ କାର୍ତିକ ବ୍ରତ କରନ୍ତି ଆମିଷ କୁ ଛାଡି ସାତ୍ଵିକ ଭୋଜନ କରନ୍ତି | ପୁରୀ ଶ୍ରୀମନ୍ଦିରରେ ମଧ୍ୟ ହବିଷ୍ୟାଳିଙ୍କ ଭିଡ ଜମିଥାଏ |ଜଗାକୁ ଦର୍ଶନ କରି ବ୍ରତ ପାଳିବେ ହବିଷ୍ୟାଳି | ରାଜ୍ୟସରକାରଙ୍କ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି |
ଆଜିଠୁ ମାସେ ଧରି ବ୍ରତ ପାଳିବେ ହବିଷ୍ୟାଳି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ଶିବିର ଉଦଘାଟନ କରିବେ । ବିଭିନ୍ନ ଜିଲ୍ଲାରୁ ୨ ହଜାର ୯୩୫ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି । ୫ଟି କେନ୍ଦ୍ରରେ ସେମାନଙ୍କ ରହିବା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହିଛନ୍ତି ହବିଷ୍ୟାଳି । ମାଗଣାରେ ରହଣି ସହିତ ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳକୁ ଗୁରୁତ୍ବ ଦିଆଯାଇଛି ।ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସ ,ଅକ୍ଷୟ ପାତ୍ର ଫାଉଣ୍ଡେସନ,ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା କରାଯାଇଛି ।