ଦିଲ୍ଲୀରେ ଗତ ୨୪ଘଣ୍ଟାରେ ୧୪୧ନୂଆ ସଂକ୍ରମିତ ଚିହ୍ନଟ

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ।

0

(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୪୧ନୂଆ ସଂକ୍ରମିତ ଚିନ୍ହଟ ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଉକ୍ତ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଧେଶ ଦେଲେ କେଜ୍ରିଓ୍ବାଲ ।

ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ବଢୁଥିବା ଦେଖାଯାଉଛି । ଗତ ୨୪ଘଣ୍ଟାର ରିପୋର୍ଟ କହିବା ତ ଦିଲ୍ଲୀରେ କରୋନାର ୬୦୮ସକ୍ରିୟ ମାମଲା ରହିଛି ।

ସେହିଭଳି କରୋନାର ପଜିଟିଭ ରେଟ ୧.୨୯ପ୍ରତିଶତ ହୋଇଯାଇଛି । ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣ ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି କି, ସଂକ୍ରମଣର ସ୍ଥିତି ଉପରେ ନଜର ରହିଛି ।