ବ୍ୟୁରୋ:ସାକାର ପୋର୍ଟାଲ ଉନ୍ମଚୋନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ପେର୍ଟାଲକୁ ଉନ୍ମଚୋନ କରିଛନ୍ତି । ରାଜ୍ୟରେ ବଢୁଥିବା ନିର୍ଯାତନା ମାମଲାରେ ସ୍ୁଚ୍ଛତା ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ନବୀନ । ପୀଡିତାଙ୍କ କ୍ଷତିପୂରଣ ରାଶି ପାଇଁ ଆଉ ବିଳମ୍ବ ହବେନି ସିଧା ଏହି ପୋର୍ଟାଲରେ ନିଜର ମାମଲା ଦାୟର କରିବାର ୨୧ ଦିନ ମଧ୍ୟରେ ପୀଡିତାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପଠାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଏସ୍ଏଏସିଏଆର ପୋର୍ଟାଲକୁ ଆଜି ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ।
ମୋ ସରକାର ସବୁବେଳେ ରାଜାବାସୀଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ଖାସ୍ କରି ଅନୂସୁଚିତ ଜାତି ଓ ଜନଜାତିଙ୍କ ପାଇଁ ଆମେ କର୍ଯ୍ୟ କରିଆସୁଛୁ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ । ପୀଡିତା ଘରେ ବସି ଅନ୍ଲାଇନ୍ରେ ଅଭିଯୋଗ କରିବେ ଯାହାପଳରେ ଶୀଘ୍ର ତଦନ୍ତ କରାଯାଇପାରିବ । ଏହ ପୋର୍ଟାଲକୁ ୫-ଟି ଯୋଜନାରେ ଅନ୍ତଃଭୁକ୍ତ କରାଯାଇଛି । ଏହି ବୈ÷ଠକକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିଲେ । ସେହିପରି ବିଭାଗୀୟ ଅଧିକାରୀ, ଗୃହ ମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନୀଲ ବଂଶଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।