ଶିଶୁ ଅଧିକାରର ସୁରକ୍ଷା ପାଇଁ ଓଡିଶା ରାଜ୍ୟ ଆୟୋଗର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଟକ : କଟକରେ ପାଳିତ ହୋଇଛି ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦ୍ବାଦଶ ପ୍ରତିଷ୍ଠା ଦିବସ। କଟକର ବାଳାଶ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ବାସନ୍ତୀ ହେମ୍ବ୍ରମ,ସୁମିତ୍ରା ଜେନା,ମହିଳା କମିଶନ,ଶିଶୁ ସୁରକ୍ଷା ଆୟୋଗ ଉପସ୍ଥିତ ଥିଲେ। ଯେଉଁଥିରେ ଭରଚୁଆଲ ମୋଡ଼ରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ବାଲାଶ୍ରମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ 3କୋଟି 82 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଏଠି ସହ ଏହି ସମାରୋହରେ ଭାଷଣ ପରିବେଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, “ମୁଁ ଖୁସି ଯେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ସହ ଆୟୋଗ ଏହାକୁ ପାଳନ କରୁଛନ୍ତି।” ଏଥିସହ ନିଜ ବକ୍ତବ୍ୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ପିଲାମାନଙ୍କ ଖୁସି ପାଇଁ ଏବଂ ସେମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ସରକାର କାମ କରୁଥିବା କହିଛନ୍ତି | ଶିକ୍ଷା, ଖେଳ, ନୃତ୍ୟ ହେଉ ବା ଗୀତ ଯେଉଁଥିରେ ଇଛା ସେଥିରେ ଭାଗ ନେଇ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୋ ସରକାର ପିଲାମାନଙ୍କର କଲ୍ୟାଣ ପାଇଁ ଆନ୍ତରିକ ଉଦ୍ୟମ ଜାରି ରଖିଛନ୍ତି। ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ସ୍ଥାପନା କରାଯାଉଛି | ଶିଶୁମାନଙ୍କର ଅଧିକାରର ସୁରକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଥିବା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ OSPCR ଆନ୍ତରିକତାର ସହିତ କାର୍ଯ୍ୟ କରୁଛି | ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ନିରନ୍ତର ପ୍ରୟାସ କରୁଛି | ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |