ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଧେସାବଳି
ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧକ୍ଷ ଓ ପରାମର୍ଶଦାତା ନିଯୁକ୍ତି
ଭୁବନେଶ୍ୱର (ହର ପ୍ରସାଦ ବିଷୋୟୀ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗ ପାଇଁ ଦାୟୀତ୍ୱ ବାଣ୍ଟିଛନ୍ତି । ଏହି କ୍ରମରେ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟ ପ୍ଲାନିଂ ବୋର୍ଡର ମେମ୍ବର ଭାବେ ନିଯୁକ୍ତି ମିଳିଥିବା ବେଳେ ମିନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେହିଭଳି ବିଭିନ୍ନ ନିଗମର ଦାୟିତ୍ୱ ମଧ୍ୟ ବଣ୍ଟନ କରାଯାଇଛି । ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟ ପ୍ଲାନିଂ ବୋର୍ଡର ମେମ୍ବର ଭାବେ ନିଯୁକ୍ତି ମିଳିଛି ।
ପ୍ରଦୀପ ମାଝୀଙ୍କୁ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଉପଦେଷ୍ଟା ଭାବେ ଦାୟୀତ୍ୱ ଦିଆଯାଇଛି । ସେହିଭଳି କସ୍ତୁରୀ ମହାପାତ୍ରଙ୍କୁ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁର ସଂପାଦକ ଦାୟିତ୍ୱ ମିଳିଛି ।ସେହିଭଳି ରାମଚନ୍ଦ୍ର ପଣ୍ଡାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ଅନୁଭବ ପଟ୍ଟନାୟକଙ୍କୁ ପ୍ରଜ୍ୟୁକ୍ତି ବିଦ୍ୟା କ୍ଷେତ୍ରରେ ଉପଦେଷ୍ଟା । ସୁଧୀର ଦାଶଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା, ନିବେଦିତା ନାୟକଙ୍କୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ।
ଅନ୍ୟପଟେ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ମିଶନ ଶକ୍ତି ଯୋଜନାର ପରାମର୍ଶଦାତା, ଗୀତା ବସ୍ତିଆଙ୍କୁ ମଧ୍ୟ ମିଶନ ଶକ୍ତି ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ସରୋଜିନି ହେମ୍ବ୍ରମଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶର ଉପଦେଷ୍ଟା ଓ ସୁମିତ୍ରା ଜେନାଙ୍କୁ ମହିଳା ଓ ବାଳ ବିକାଶ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ।