ଧାମନଗର ଉପନିର୍ବାଚନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

0

ଭୁବନେଶ୍ୱର :ଧାମନଗର ଉପନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଧାମନଗରବାସୀଙ୍କୁ ବିପୁଳ ସଂଖ୍ୟା ଭୋଟ ହେବାକୁ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ |

କେବଳ ସେତିକି ନୁହେଁ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ‘ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’