ଓଡିଶା

ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

(କଳାହାଣ୍ଡି): ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଆଜି ୨୦୮୫ କୋଟିର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ଜୟପାଟଣା ବ୍ଲକ ମଙ୍ଗଳପୁରରେ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଠାରେ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗତ ସେପ୍ଟେମ୍ବର ମାସରେ ଶେଷ ହୋଇଛି । ୭୫୬ କୋଟି ଟଙ୍କା ବ୍ୟୟରେ ଏହି ମେଗା ଜଳସେଚନ ପ୍ରକଳ୍ପର ନିର୍ମାଣ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ ।

କରୋନା ମହାମାରୀ ଭିତରେ ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିଛନ୍ତି । ଏହି ଗସ୍ତ କାଳରେ କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ୨ ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହାସହ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପାଇଁ ଜୟପାଟଣା ବ୍ଲକ ମଙ୍ଗଳପୁରରେ ବ୍ୟାପକ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଛନ୍ତି । କେବଳ ଆରଟିପିସିଆର ଟେଷ୍ଟ ପରେ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତି ହି ସଭାସ୍ଥଳକୁ ଯାଇପାରିବେ । ଜୟପାଟଣା ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ସାଲଭେଟା, ଚମ୍ପାଦେଇପୁର,ଗୋପୀନାଥପୁର ଓ ଟେରାଙ୍ଗସିଲ ବୃହତ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ଆଜି କେସିଙ୍ଗାରେ ମଡେଲ ବସ୍ତିର ମଧ୍ୟ ଶୁଭାରମ୍ଭ କରିବେ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି ହେବ ।

Related posts

ପରୀ ହତ୍ୟା ମାମଲା ; ପୋଖରୀ ଜଳ ବାହାର କଲା ଏସଆଇଟି

Report

ସୁବର୍ଣ୍ଣପୁରରେ ୪୮ ଘଣ୍ଟା ମହାବନ୍ଦ

Report

ଫୋନି ପାଇଁ ଓଡ଼ିଶାକୁ ଆଗୁଆ ୩୪୧ କୋଟିର ସହାୟତା ରାଶି

Report

Leave a Comment