ୟୁକ୍ରେନରୁ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନରୁ ଫେରିଲେ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀ ।

0

(ଭୁବନେଶ୍ୱର) : ୟୁକ୍ରେନରୁ ଫେରିଲେ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସେଠାରେ ସ୍ୱାଗତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟନୁସାରେ, ଆଜି ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ପହଂଚିଛନ୍ତି। ଏହି ସ୍ୱତନ୍ତ୍ର ବିମାନ ପାଇଁ ରାଜ୍ୟ ସରକାର ବନ୍ଦୋବସ୍ତ କରିଥିଲେ। ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଭେଟି ସେମାନଙ୍କର ଭଲମନ୍ଦ ପଚାରିଥିଲେ। ସେମାନେ ଯେଭଳି ଆଗକୁ ପାଠ ପଢ଼ି ପାରିବେ ସେଥିପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।