ମହାରଥୀଙ୍କ ଆଶୁ ଆରୋଗ୍ୟକାମନା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି । ତାଙ୍କ ଚିକିତ୍ସା ପଦ୍ଧତି ସମ୍ପର୍କରେ ପଚାରି ବୁଝିବା ସହ ମହାରଥୀଙ୍କୁ ସମସ୍ତ ପ୍ରକାରର ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ମହାରଥୀ ଏବେ ସମ କୋଭିଡ ହସ୍ପିଟାଲ ଆଇସିୟୁର ଭେଣ୍ଟିଲେରରେ ଅଛନ୍ତି । ତାଙ୍କୁ ୪୮ ଘଣ୍ଟାର ଅବଜରଭେସନରେ ରଖାଯାଇଛି । ପୂର୍ବରୁ ମହାରଥୀ ନାନା ରୋଗରେ ପୀଡିତ ଥିଲେ ।