୭ଜୁଲାଇରୁ ପରଦାକୁ ଫେରୁଛି  କଫି ଓ୍ବିଥ କରଣ

ଖୁବଶୀଘ୍ର ଫେରୁଛି କଫି ଓ୍ବିଥ କରଣ ।

0

(ମୁମ୍ବାଇ) : ଖୁବଶୀଘ୍ର ଫେରୁଛି କଫି ଓ୍ବିଥ କରଣ । ଯେଉଁଠି ପାଇଁ ଦର୍ଶକ ବେଶ  ଖୁସି ଅଛନ୍ତି ।  ଏହି ଖବର ସାମ୍ନାକୁ ଆସିବା ରେ ଏବେ ଶୋ ସହ ଜଡ଼ିତ ଥିବା ପ୍ରତିଟି ଅପଡେଟ ଜାଣିବାକୁ ଦର୍ଶକମାନଙ୍କ ମନରେ ଉତ୍କଣ୍ଠା ଭରି ଯାଇଛି । ଛୋଟ ପରଦାର ଲୋକପ୍ରିୟ ଶୋ କଫି ଓ୍ବିଥ କରଣ ପୁଣି ଫେରୁଛି । ଏହି ଶୋକୁ ନେଇ ପୂର୍ବରୁ କେତେକ ପ୍ରାଙ୍କ ହୋଇସାରିଛି । ମାତ୍ର ଏବେ ଟେନସନ ନେବାରେ ନାହିଁ କାରଣ ଏବେ ନିଜେ କରଣ ଜୋହର ଏହାର ପ୍ରମୋକୁ ନେଇ ହାଜିର ହୋଇଛନ୍ତି ।

 

 ଆଜିକା ଦିନରେ ଶୋର ଦର୍ଶକମାନଙ୍କ ପାଇଁ ଏହାଠୁ ଖୁସି ଖବର ଆଉ କଣ । କରଣ ଜୋହରଙ୍କ ଚାଟ ଶୋ ୭ଜୁଲାଇରୁ ଡିଜନି+ହଟଷ୍ଟାରରେ ଷ୍ଟ୍ରିମିଂ ହେବାକୁ ଯାଉଛି । କିଛି ଦିନର ଅପେକ୍ଷା ଆଉ ପରେ ପୁଣି ଦର୍ଶକ କଫି ପିଇ ପିଇ କରଣଙ୍କ ସହ ସେଲିବ୍ରେଟିମାନଙ୍କ ଗପସପର ଭରପୁର ମଜା ନେବେ।

 

 

 ସୂଚନାନୁଯାୟୀ , ଏବେ ଏହା ନିଶ୍ଚିତ ଯେ ଛୋଟ ପରଦାରେ ପୁଣି ଧମାଲ ହେବାକୁ ଯାଉଛି। ଏହାର ପ୍ରମୋ ସାମ୍ନାକୁ ଆସିବା ପରେ ଏବେ ଦର୍ଶକମାନଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ବିଗୁଣ ବଢି ଯାଇଛି । କରଣ ଜୋହର ଭିଡ଼ିଓ ସେୟାର କରିବା ମାତ୍ରକେ ଦର୍ଶକମାନେ କମେଣ୍ଟ କରିବା ଆରମ୍ଭ କରି  ଦେଇଛନ୍ତି ।