ନିଜର ଦୁଇ ବନ୍ଧୁ ଙ୍କ ସହ ଇନ୍ଦ୍ରାବତୀ ନଦୀ କୁ ଗାଧେଇବାକୁ ଯାଇ ଘର କୁ ଫେରିଲେ ଶବ ହେଇ l ଏଭଳି ଏକ ଘଟଣା ନବରଙ୍ଗପୁର ସହର ରେ ଶୋକ ଛାୟା ଖେଳେଇ ଦେଇଛି l ଇଚ୍ଛାବତୀଗୁଡା ଅଞ୍ଚଳ ର ଏସ.ଚାଲାମ ଙ୍କ କଲେଜ ପଢୁଆ ଏକମାତ୍ର ପୁଅ ଏସ.ମୁରଲୀ କ୍ରିଷ୍ଣା ନିଜର ଦୁଇ ସାଙ୍ଗ ଙ୍କ ସହ ଇନ୍ଦ୍ରାବତୀ ନଦୀ ରେ ଥିବା ଚ୍ୟାକ ଡେମ କୁ ଗାଧେଇବା ପାଇଁ ଯାଇଥିଲେ l ଗାଧେଇବା ବେଳେ ଅସାବଧାନତା ବଶତଃ ଜଳରାଶି ଭିତର କୁ ଚାଲି ଯାଇ ବୁଡି ଯାଇ ନିଖୋଜ ହୋଇଯାଇଥିଲେ l ସାଙ୍ଗରେ ଥିବା ବନ୍ଧୁ ମାନେ ତୁରନ୍ତ 112 ମାଧ୍ୟମରେ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ର କର୍ମକର୍ତା ପହଂଚି ଅଧଘଣ୍ଟା ଖୋଜାଖୋଜି କଲାପରେ ତାଙ୍କ ମୃତ ଶରୀର କୁ ପାଣି ଭିତରୁ ଖୋଜି ବାହାର କରିଛନ୍ତି l
ନିଖୋଜ ମୁରଲୀ କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଏ ଖବର ପ୍ରଚାରିତ ହେବାପରେ ସହର ରେ ଶୋକ ର ଛାୟା ଖେଳି ଯାଇଛି l ମୃତ ମୁରଲୀ ବାପାମା ଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ବର୍ତମାନ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ପରୀକ୍ଷା ଦେଇଥିଲେ l ଖବର ପାଉ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି l