ଆସୁଛି ନୂଆ ଗୀତ ଘର

0

ଭୁବନେଶ୍ୱର: ପୁଣି ଥରେ ମାର୍କେଟକୁ ଆସିବାକୁ ଯାଉଛି ଅରୋମିର ନୂଆ ଗୀତ । ଲଗାତର ନୂଆ କ୍ରମରେ ଅରୋମିରା ନେଇ ଆସିଛି ‘ ନୂଆ ଠିକଣା’ ଏବଂ ‘ନାରୀ’ । ଏହା ଓଡିଆ ସଙ୍ଗୀତର ସ୍ରଷ୍ଟା ନିଦ୍ଦେର୍ଶକ- କଣ୍ଠଶିଳ୍ପୀ ଯୋଡିଙ୍କର ନୂଆ ଏକ ଚମତ୍କାର ଗୀତ । ଯାହାର ନାଁ ହେଉଛି “ଘର” ।ପ୍ରସିଦ୍ଦ ଲେଖକ ତଥା ଗୀତିକାର ଦେବଦାସ ଛୋଟରାୟଙ୍କ ଏକ କବିତାରୁ ଆସଛି ଏହି ଗୀତଟି । ଏଥିରେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ । ସୁସ୍ମିତାଙ୍କ କହିବା ମୁତାବକ, ଏହି ଗୀତଟି ସାଧାରଣତ ଜୀବନର ସୌନ୍ଦର୍ଯ୍ୟ କଥା କହୁଛି । ଯାହାକି ଘରର ହୃଦସ୍ପନ୍ଦନ ପାଲଟିଛି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିରେ ଘରୋଇ ଜୀବନର ବିଭିନ୍ନ ସ୍ତର ବିଷୟରେ ବର୍ଣ୍ଣନା କରାଯାଇଛି । ବିଶେଷ କରି ଏକ ସାଧାରଣ ଦମ୍ପତିଙ୍କର ଭଲପାଇବାର ପ୍ରତ୍ୟକ୍ଷଦର୍ଶୀ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ବୈଶାଳୀ ଏବଂ ଅଭିନେତା ଭାବେ ପାର୍ଥ ଅଭିନୟ କରିଛନ୍ତି । ଯାହାକି ଗୀତଟିକୁ ଅଧିକ ସୁନ୍ଦର କରିଛି ।