ଭୁବନେଶ୍ୱର : ବିଧାନସଭାରେ ଉଠୁଛି ଅର୍ଚ୍ଚନା ଝଡ | ଶାସକ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ବିରୋଧୀ ମଧ୍ୟ ଶାସକଙ୍କୁ ଟାର୍ଗେଟ କରି ନିଜ ନିଜର ମତ ଦେଉଛନ୍ତି | ସେପଟେ ଅର୍ଚ୍ଚନାକୁ ନେଇ ବିଜେପି ବିଧାୟକ କେ ନାରାୟଣ ରାଓ ନିଜର ମତ ଦେଇଛନ୍ତି | ସେ କହିଛନ୍ତି ଅର୍ଚ୍ଚନା କୁ ମୁଁ ହାତଯୋଡି ନମସ୍କାର କରୁଛି । କେତେ ଲୋକଙ୍କୁ ସମ୍ଭାଳି ଥିଲା । ଆଇପିଏସ୍,ଆଇଇଏସ୍, ଏବଂ ଅନେକ ବଡ଼ବଡିଆ କୁ ସେ ସମ୍ଭାଳି ଥିଲା ତେଣୁ ତାକୁ ଧନ୍ୟବାଦ ଦେଉଛି ଏବଂ ହାତ ଯୋଡି ନମସ୍କାର କରୁଛି |