ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ

0

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ | ନିଜ ବ୍ୟକ୍ତିଗତ ସହାୟକ (ପିଏ )ଙ୍କୁ କଥାକଥାକେ ଗାଳିଗୁଲଜ ଓ ଜାତିଆଣକୁ ଆକ୍ଷେପ କରିକହୁଥିବା ନେଇ ପିଏଙ୍କ ପତ୍ନୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମଧ୍ୟ ଅନେକ ବିବାଦର ସାମ୍ନା କରିବାକୁ ପଡ଼ିଲାଣି ଜିଲ୍ଲାପାଳଙ୍କୁ | ଖୋର୍ଦ୍ଧା ଜିଲ୍ଲାପାଳ ହେଉଛନ୍ତି କେ.ସୁଦର୍ଶନ ଚକ୍ରବର୍ତ୍ତୀ। ତାଙ୍କର ବ୍ୟକ୍ତିଗତ ସହାୟକ ହେଉଛନ୍ତି ହେମନ୍ତ କୁମାର ଭୋଇ। ଗତ କିଛି ଦିନ ଧରି ତାଙ୍କୁ ଜିଲ୍ଲାପାଳ ମାନସିକ ନିର୍ଯାତନା ଦେଉଛନ୍ତି। କଥାକଥାରେ ଗାଳି ଦେଉଛନ୍ତି।

ଜାତିଆଣି ଆକ୍ଷେକ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ହେମନ୍ତ କୁମାର ଭୋଇ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ସେଥିପାଇଁ ତାଙ୍କ ବ୍ଲଡ୍‌ପ୍ରେସର ବଢ଼ି ଯାଇଛି। ଏବେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳଙ୍କ ନିର୍ଯାତନା ଯୋଗୁ ସେ ଘରେ ଚିଡ୍‌ଚିଡ୍‌ ହେଉଥିବା ତାଙ୍କ ପତ୍ନୀ ସବିତା ନାୟକ ଅଭିଯୋଗ କରିଛନ୍ତି।କେବଳ ସେତିକି ନୁହେ ଏଭଳି ଭାବେ ଗାଳିଗୁଲଜ କରିବାରୁ ପିଏ ହେମନ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ମାନସିକ ଅବସ୍ଥା ମଧ୍ୟ ଭଲ ନଥିବା ସେ କହିଛନ୍ତି | ସେ ଏପରି ମଧ୍ୟ କହିଛନ୍ତି “ଶାଲା ଓଡ଼ିଆ କୁଛ ନେହିଁ ଜାନତା। ଭାଗୋ ଭାଗୋ…।”