ଏକ ଦିବସୀୟ ଧର୍ମଘଟକୁ ସଫଳ କର

0

ବ୍ରହ୍ମପୁର:କେନ୍ଦ୍ରର ନେତୃତ୍ୱାଧୀନ ବିଜେପିସରକାର ଆମ ଦେଶର ସମ୍ପତ୍ତି,ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଜନସାଧାରଣଙ୍କ ସର୍ବଜନୀନ ଅଧିକାର ଥିବା ବସ୍ତୁକୁ ଘରୋଇକରଣ ମାଧ୍ୟମରେ ସମ୍ପତ୍ତିଗୁଡିକୁ ମୁଦ୍ରିକରଣ,ଜାତୀୟ ମୁଦ୍ରିକରଣ ପାଇପ୍ ଲାଇନ ଏବଂ ଆଇ.ପି.ଓ ଜରିଆରେ ନିଜର ମିତ୍ର କର୍ପୋରେଟ ସଂସ୍ଥାମାନଙ୍କ ହାତରେ ଟେକି ଦେଇଛନ୍ତି ।ବର୍ତମାନ ଅବସ୍ଥାରେ ସଙ୍ଗୀନ ଲଢେଇ ଅନିର୍ବାଜ୍ୟ । ବିନା ଲଢେଇରେ ବଂଚିବା ଅସମ୍ଭବ ।ଡାକବିଭାଗରେ ଥିବା ଦୁଇଗୋଟି ସ୍ୱୀକୃତିପ୍ରାପ୍ତ ଫେଡେରେସନ ଏବଂ ଦୁଇଗୋଟି ଗ୍ରାମୀଣ ଡାକସେବକ ସଂଗ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ୨୦ଦଫା ଦାବିକୁ ତୋଳି ଧରିଛନ୍ତି ।୨୦୨୨ ଅଗଷ୍ଟ ୧୦ ତାରିଖ ଧର୍ମଘଟକୁ ସଫଳ କରିବାପାଇଁ ନିବେଦନ କରିଛନ୍ତି ଅଖିଳ ଭାରତ ଡାକ କର୍ମଚାରୀ ସଂଘ ,ପୋଷ୍ଟମ୍ୟାନ ଏବଂ ଏମ.ଟି.ଏସ । ଯଦି ସରକାରଙ୍କ ଘରୋଇକରଣ ମାନସିକତାରେ କୈାଣସି ପରିବର୍ତ୍ତନ ନ ଆସେ ,କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତି ଆସନ୍ତ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଅନିର୍ଦ୍ଧିଷ୍ଟ କାଳପାଇଁ ଧର୍ମଘଟ କରାଯିବ ।