ଶ୍ରୀଦାମଚନ୍ଦ୍ରପୁର ମେଡିକାଲରେ ଧାରଣା

0

ଉଦଳା(ଦୀପକ ମିଶ୍ର): ମେଡିକାଲ ଅଛି ହେଲେ ନାହାନ୍ତି ଡ଼ାକ୍ତର! ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ! ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରି ଜଣ ଡ଼ାକ୍ତର ରହିବାର ବ୍ୟବସ୍ଥା ଥିବାବେଳେ ଏଠାରେ ଜଣେ ହେଲେ ଡ଼ାକ୍ତର ନାହାନ୍ତି । ଯାହା ଦ୍ୱାରା ରୋଗୀ ମାନେ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆଜି ଜଣେ ଗୁରୁତର ରୋଗୀ ଚିକିତ୍ସା ହୋଇ ନ ପାରିବାରୁ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ମେଡିକାଲ ଗେଟ ସମୁଖରେ ଧାରଣା ଦେଇଛନ୍ତି । ତେବେ ନିୟମିତ ଡାକ୍ତର ନିଯୁକ୍ତି ନ କଲେ ଆଗାମୀ ଦିନ ରେ ଆନ୍ଦୋଳନ ଜୋର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଘଟଣାର ସମାଧାନ କରିବା ପାଇଁ ଆସିଥିବା ମେଡିକାଲ ଇନଚାର୍ଜଙ୍କୁ ଗ୍ରାମବାସୀ ମାନେ ଅଟକ ରଖିଥିଲେ । ଏ ନେଇ ମେଡିକାଲ ଅଫିସରଙ୍କୁ ପଚାରିବାରୁ ସେ ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଣାଇବେ ବୋଲି କହିଛନ୍ତି । ସକାଳ ୯ଟାରୁ ଏହି ଧାରଣା ଆରମ୍ଭ ହୋଇଥିଲା । ଘଟଣାସ୍ଥଳ କୁ କପ୍ତିପଦା ଉପଖଣ୍ଡ ଚିକତ୍ସା ଅଧିକାରୀ ଶିବାନନ୍ଦ ମହାନ୍ତି ବୁଝାସୁଝା କରିବାପାଇଁ ଯାଇଥିବାବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଅଫିସରୁମ ରେ ତାଲା ପକାଇ ଦେଇଥିଲେ । ତେବେ ଲୋକ ମାନଙ୍କ କହିବା ଅନୁଯାୟୀ ଘଟଣାସ୍ଥଳକୁ ଜିଲ୍ଲା ଚିକିତ୍ସାଧିକାରୀ ନ ଆସିବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଉଦଳା ପୋଲିସ ମୁତୟନ ରହିଛନ୍ତି । ଜିଲ୍ଲା ଚିକିତ୍ସାଧିକାରୀ ପହଞ୍ଚି ସେଠାରେ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବା ସହ ଯଥାଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।