କଳାକାରଙ୍କ ମଧ୍ୟରେ ବଢ଼ିଲା ଅସନ୍ତୋଷ

କଳାକାର ଚୟନ ଶିବିର ରେ ଅବ୍ୟବସ୍ଥାକୁ ନେଇ ବ୍ଳକ କଳାକାର ସଂଘର ଉଦବେଗ

0

ପାଟଣାଗଡ଼/ ଜଗନ୍ନାତ ଧରୁଆ : କଳାକାରଙ୍କ ମଧ୍ୟରେ ବଢ଼ିଲା ଅସନ୍ତୋଷ ।ଦୁଇଦିନ ଧରି ଚାଲିଥିବା କଳାକାର ଚୟନ ପ୍ରକ୍ରିୟାରେ ଅବ୍ୟବସ୍ଥା କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଳାକାର ସଙ୍ଗ । ଏହି ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣଗଡ ବ୍ଳକ କାର୍ୟ୍ୟାଳୟ ପରିସରରେ ଥିବା ସଭାଗୃହରେ । ଦୁଇଦିନ ଧରି କଳାକାର ଚୟନ ପ୍ରକ୍ରିୟା ଅବ୍ୟବସ୍ଥା ମଧ୍ୟମରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହୋଇଛି ।ଏହି ବ୍ଳକ ଅନ୍ତର୍ଗତ ୩୦ ଗୋଟିଏ ପଞ୍ଚାୟତ ର ବିଭିନ୍ନ କାଳାକାର ମାନେ ପୂର୍ବରୁ ମଖ୍ୟମନ୍ତ୍ରୀ ଙ୍କ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୩୩୨ ଜଣ ବିଭିନ୍ନ ବର୍ଗର କଳାକାର ଆବେଦନ କରିଥିଲେ ।

ବକ୍ଲ ପ୍ରଶାସନ ପ୍ରଶାସନ ତରଫରୁ ସାମାଜିକ ସୁରାକ୍ଷା ଅଧିକାରୀ କମଳ କାନ୍ତଙ୍କ ତତ୍ୱାବଧାନରେ କଳାକାର ଚୟନ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା । ଏଥିରେ ଅଞ୍ଚଳର ବରିଷ୍ଠ କଳାକାର ଆଲୋକ ଦାସ, ଜନସନ ନାଗ, ଦୀପକ କୁମାର ଭୋଇ, ମନୋଜ ବାଗ ପ୍ରମୁଖ ରହି କଳାକାର ଚୟନ କରିଥିଲେ । ତେବେ ପ୍ରଥମ ଦିନ ୧୫୫ ଜଣ କଳାକାର ଯୋଗ ଦେଇଥିବା ବେଳେ ଦ୍ୱିତୀୟ ଦିନରେ ୧୨୫ ଜଣ କଳାକାର ଯୋଗ ଦେଇଥିଲେ ।

ଏହି ଚୟନ ପ୍ରକ୍ରିୟରେ ବ୍ଲକ ପ୍ରଶାସନ ପକ୍ଷରୁ କଳାକାରଙ୍କ ପେଣ୍ଟିଙ୍ଗ, ରହିବା,ଖାଦ୍ୟ କିମ୍ବା ପାନୀୟକୁ ନେଇ କୌଣସି ବ୍ୟବସ୍ଥା କରାଯାଇନଥିଲା । ତେବେ ଏ ସମ୍ପର୍କରେ ସାମାଜିକ ସୁରକ୍ଷା ଅଧିକାରୀ କମଳା କାନ୍ତଙ୍କୁ ପଚାର ଯିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁଦାନ ଆସି ନଥିଲ । ସେ ନିଜ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରିଥିଲେ ବୋଲି ସଫେଇ ଦେଇଥିଲେ ।